Featured

ଏସବିଆଇ ଗ୍ରାହକଙ୍କୁ ଆଶ୍ୱସ୍ତି ,ସର୍ବନିମ୍ନ ଜମା ରାଶି ଚାର୍ଜ ୭୫ ପ୍ରତିଶତ କମିଲା!

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତାରେ ସର୍ବନିମ୍ନ ଜମା ନ ରଖିଲେ ଯେଉଁ ​‌​ଜରିମାନା ଦେବାକୁ ପଡୁଥିଲା, ତାହାକୁ ହ୍ରାସ କରିବାକୁ କର୍ତ୍ତୃପକ୍ଷ ନି​‌ଷ୍ପତ୍ତି ନେଇଛନ୍ତି।ଏସବିଆଇ ମିନିମମ ବାଲାନ୍ସ ରଖୁନଥିବା ଗ୍ରାହକଙ୍କ ଠାରୁ ନେଉଥିବା ଚାର୍ଜରେ ୭୫ ପ୍ରତିଶତ ହ୍ରାସ କରିଛି । ଏସବିଆଇର ଏହି ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକଙ୍କୁ ପୂର୍ବ ତୁଳନାରେ କମ ମୂଲ୍ୟ ଦେବାକୁ ପଡିବ । ଏପ୍ରିଲ ୧ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି।

ଆସନ୍ତୁ ଜାଣିବା ଏହି ନୂଆ ନିୟମ ଲାଗୁ ହେବା ପରେ ସର୍ବନିମ୍ନ ଜମାରାଶି ନ ରଖିବା ଉପରେ କେତେ ମୂଲ୍ୟ ଦେବାକୁ ପଡିବ?

ମେଟ୍ରୋ ସହରରେ ୫୦ ପ୍ରତିଶତରୁ କମ ନ୍ୟୁନତମ ବାଲାନ୍ସ ରଖୁଛନ୍ତି, ତେବେ ୩୦ ଟଙ୍କା ସହ ଜିଏସଟି ଦେବାକୁ ପଡିବ ଅର୍ଥାତ ୩୦ ଟଙ୍କା + ୫.୪ ଟଙ୍କା ଜିଏସଟି ଦେବାକୁ ପଡିବ।ଏପ୍ରିଲ ୧ରୁ ନୂଆ ଦର ଲାଗୁ ହେବା ପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ମୂଲ୍ୟ ଦେବାକୁ ପଡିବ । ଏହି ପ୍ରକାରରେ ଆପଣଙ୍କୁ ୨୨.୫ ଟଙ୍କା ସହିତ ଜିଏସଟି ଭରିବାକୁ ପଡିବ । ଏବଂ ୪.୦୫ ଟଙ୍କା ଜିଏସଟି ମିଶାଇକି ୨୬.୫୫ ଟଙ୍କା ହେବ । ଅର୍ଦ୍ଧ ସହରୀ ଓ ଗ୍ରାମ୍ୟାଂଚଳର ଶାଖାଗୁଡିକରେ ମଧ୍ୟ ଏହି ସ୍ଥିତି ରହିବ।

ଏହା ପୂର୍ବରୁ ଏସବିଆଇ ସର୍ବନିମ୍ନ ଜମା ରାଶିର ସୀମା ମେଟ୍ରୋ ସହର ପାଇଁ ୫ ହଜାରରୁ କମାଇ କି ୩ ହଜାର ଟଙ୍କା କରିଥିଲେ । ଏହା ସହ ଅର୍ଦ୍ଧ ସହରୀ ଶାଖାର ଗ୍ରାହକଙ୍କ ପାଇଁ ୨ ହଜାର ଟଙ୍କା କରିଥିଲେ । ମେଟ୍ରୋ ଓ ସହରାଂଚଳରେ ସର୍ବନିମ୍ନ ଜମା ରାଶି ନରଖିଲେ ଲାଗୁ ହେଉଥିବା ମୂଲ୍ୟ ୨୦-୫୦ ପ୍ରତିଶତକୁ କମ କରିଛନ୍ତି।

ପଢନ୍ତୁ;

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ

Related posts

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ENO Beuro

Watch Live Streaming Devasnana Purnima Of Lord Jagannath at Puri

ENO Beuro

ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ର ଘରୋଇ ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More