ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିିଆ ପକ୍ଷରୁ ପୁରୁଣା ଏଟିଏମ୍‌ କାର୍ଡଗୁଡିକୁ ବ୍ଲକ୍‌ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିିଆ ପକ୍ଷରୁ ପୁରୁଣା ଏଟିଏମ୍‌ କାର୍ଡଗୁଡିକୁ ବ୍ଲକ୍‌ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି

ଅନ୍‌ଲାଇନ୍‌ ଠକାମି, ସ୍କାମ୍‌ ଆଦିକୁ ରୋକିବା ଲାଗି ଷ୍ଟେଟ୍‌  ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିିଆ  ପକ୍ଷରୁ   ଅସୁରକ୍ଷିତ ଓ ପୁରୁଣା  ଏଟିଏମ୍‌  କାର୍ଡଗୁଡିକୁ ବ୍ଲକ୍‌ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସେଗୁଡିକ ବଦଳରେ ବ୍ୟାଙ୍କ  ରିଜର୍ଭ ବ୍ୟାଙ୍କ୍‌ ଅଫ୍‌  ଇଣ୍ଡିଆଙ୍କ ଦ୍ୱାରା  ଅନୁମୋଦିତ  ଚିପ୍‌  ଡେବିଟ୍‌ କାର୍ଡ ଦେବାର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ  ମାଗ୍‌ଷ୍ଟ୍ରାଇପ୍‌  ଏସିବିଆଇ ଡେବିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତାହା ଖୁବ୍‌ ଶୀଘ୍ର  ବ୍ଲକ୍‌ ହୋଇଯିବ  ବୋଲି ଜଣାଯାଇଛି ।

ଏସ୍‌.ବି.ଆଇର ଓ୍ଵବସାଇଟ୍‌  ଏହା ଦର୍ଶାଯାଇଛିଯେ  ଗତ ଫେବୃଆରି୨୮,୨୦୧୭ ସୁଦ୍ଧା  ଯେଉଁ ଏଟିଏମ୍‌  କାର୍ଡଗୁଡ଼ିକୁ ବ୍ଲକ୍‌  କରାଯାଇଥିଲା, ତାହା ସେଭଳି ସ୍ଥାୟୀଭାବେ ବ୍ଲକ୍‌ ହୋଇଯିବ । ଏଥିରେ ଯେଉଁ  କାର୍ଡଧାରୀମାନେ  କ୍ଷତିଗ୍ରସ୍ତ   ହୋଇଛନ୍ତି ସେମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ  ଇଭିଏମ୍‌  ଚିପ୍‌ କାର୍ଡ ପାଇବାକୁ ଆବେଦନ କରିପାରିବେ  ବୋଲି   ବ୍ୟାଙ୍କ୍‌ ପକ୍ଷରୁ  କୁହାଯାଇଛି ।  ଏହି ସୁବିଧା କେବଳ ନିଜର ଜମା ଖାତାଥିବା ଶାଖାରେ ଉପଲବ୍ଧ ।

ବ୍ୟାଙ୍କ୍‌ରୁ ଏଟିଏମ୍‌ କାର୍ଡ ବ୍ଲକ୍‌ କରାଯାଇଥିବା ମେସେଜ୍‌ ମିଳିବାପରେ ରିପ୍ଲେସମେଣ୍ଟ କାର୍ଡ ପାଇବା ଲାଗି  ବା  ନିଜର ଜମାଖାତା ଥିବା ଶାଖାରେ  ଆବେଦନ କରିପାରିବେ ।

ଇଭିଏମ୍‌ ଚିପ୍‌ ଡେବିଟ୍‌ କାର୍ଡ ମାଗ୍‌ ଷ୍ଟ୍ରାଇପ୍‌ କାର୍ଡ ଅପେକ୍ଷା ଅଧିକ ନିରାପଦ ବୋଲି ବ୍ୟାଙ୍କ୍‌ ପକ୍ଷରୁ  କୁହାଯାଇଛି । ଗତବର୍ଷ ପ୍ରାୟ ୩୨ ଲକ୍ଷ  ଏଟିଏମ୍‌ କାର୍ଡ  ଉପରେ ସାଇବର ଆକ୍ରମଣ ହେବା ପରେ ଏସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ  ନିଆଯାଇଛି । ପ୍ରତ୍ୟେକ ବ୍ୟାଙ୍କ୍‌କୁ୨୦୧୭, ସେପ୍ଟେମ୍ବର ୩୦ ସୁଦ୍ଧା ଇଭିଏମ୍‌ କାର୍ଡ ଇସ୍ୟୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିିଆ ପକ୍ଷରୁ ପୁରୁଣା ଏଟିଏମ୍‌ କାର୍ଡଗୁଡିକୁ ବ୍ଲକ୍‌ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି

ପଢନ୍ତୁ ସମ୍ବଲପୁରୀ ଡକୁମେନ୍ଟାରି ଛବି ସମ୍ବଲପୁରୀ ୱେଭର୍ଷ ।