ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରୀମକୋର୍ଟଙ୍କ କଡା ଭର୍ତ୍ସନା

nageswar

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା

ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ମୁଜ୍ଜାଫରପୁର ସେଲଟର ହୋମ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବଦଳି ଘଟଣାରେ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ନିଜର ଭୁଲ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ନାଗେଶ୍ୱର କ୍ଷମା ମାଗିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି ଏବଂ ଏହା ସହ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ସହ ଦଣ୍ଡ।ଦେଶ ମଧ୍ୟ ଶୁଣାଇଛନ୍ତି।

ନାଗେଶ୍ୱର ସିବିଆଇର ଅନ୍ତରୀଣ ମୁଖ୍ୟ ଥିବା ବେଳେ ବିହାର ଶେଲଟର ହୋମ୍ ଯୌନ ଉତ୍ପୀଡନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ବଦଳି କରିଥିଲେ। ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ଏହାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟ ଜାରି ରହିବା ପର୍ଯ୍ୟନ୍ତ ନାଗେଶ୍ୱର ରାଓ ଓ ଅନ୍ୟ ଅଧିକାରୀ କୋର୍ଟରୁମରେ ବସିବାକୁ ପଡିବ ବୋଲି ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି।

ପଢନ୍ତୁ:ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More