News

ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ

ଅଯୋଧ୍ୟା ମାମଲା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ।

ସୁପ୍ରିମକୋର୍ଟରେ ଗତକାଲି ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମୀ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜୀରଙ୍କ ଖଣ୍ଡପୀଠରେ ସମସ୍ତ ପକ୍ଷକାର ନିଜର ଦସ୍ତାବିଜ ଜରିଆରେ ନିଜର ପକ୍ଷ ରଖିଛନ୍ତି।

ଶୁଣାଣିକୁ ଆରମ୍ଭ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ଯେ ସେ ଏହି ମାମଲାକୁ ଆସ୍ଥା ନୁହେଁ ବରଂ ଏକ ଜମି ବିବାଦ ରୂପେ ଦେଖିବେ। ସୁପ୍ରିମକୋର୍ଟ କହିଛି ଯେ ସେ ଏହି ମାମଲାରେ ପ୍ରଥମ ମୁଖ୍ୟ ପକ୍ଷକାର ନିର୍ମୋହୀ ଆଖଡ଼ା, ରାମଲଲା ଏବଂ ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡର ଦଲିଲ ହିଁ ଶୁଣିବେ।

କୋର୍ଟ ସମସ୍ତ ପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଆଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ଏବେ କୌଣସି ନୂତନ ପକ୍ଷକାର ସାମିଲ ହେବେ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ।

ସୂଚନାଯୋଗ୍ୟ ଯେ , କିଛି ଦିନ ତଳେ ସୁନ୍ନି ଓ୍ଵାକଫ୍‌ ବୋର୍ଡ ଓକିଲ ରାଜୀବ ଧାଓ୍ଵନ ଓ କପିଲ ସିବଲ ମାମଲାର ଶୁଣାଣି ଲୋକସଭା ନିର୍ବାଚନ ପରେ କରାଇବା ଲାଗି ଏହାକୁ ଜୁଲାଇ ୨୦୧୯ ଯାଏଁ ଘୁଞ୍ଚାଇ ଦେବାକୁୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବିଜେପିର ନିର୍ବାଚନୀ ଘୋଷଣାପତ୍ରରେ ଥିବାରୁ ଏହାର ରାଜନୀତୀକରଣ ହେବ ବୋଲି ସେମାନେ ଦର୍ଶାଇଥିଲେ। ତେବେ ପ୍ରଧାନ ବିଚାରପତି ଏହି ଅନୁରୋଧକୁ ଗ୍ରହଣ ନକରି ସ୍ୱତନ୍ତ୍ର ଖଣ୍ଡପୀଠ ଦ୍ୱାରା ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ sc 4

ପଢନ୍ତୁ;

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

 

 

Related posts

Sprinter Dutee Chand Brought Cheer For Odisha By Winning A Bronze Medal

Krishna Kumar Manoj

ସାରଥୀଙ୍କ ଜାମିନ ଆବେଦନ ଖାରଜ !

ଆଜି ସନ୍ଧ୍ୟାରେ ଶପଥ ନେବେ ଓଡିଶାର ନୂତନ ରାଜ୍ୟପାଳ ଗଣେଶୀ ଲାଲ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More