Entertainment

ସୁପ୍ରିମ କୋର୍ଟର ବଡ ନିଷ୍ପତି:ଆଉ ହେବ ନାହଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ

ସୁପ୍ରିମ କୋର୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ସ୍ୱତନ୍ତ୍ର ଯାଂଚ କରିବା ପାଇଁ ଅନୁରୋଧ କରିଥିବା ପିଟିସନକୁ ରବ୍ଦ କରିଛନ୍ତି। କୋର୍ଟଙ୍କ କହିବା ଅନୁସାରେ ପୁଣିଥରେ ଅଭିନେତ୍ରୀଙ୍କ ମୃତ୍ୟୁର ଯାଂଚ କରାଯିବ ନାହିଁ,କାରଣ ତାଙ୍କ ମୃତ୍ୟୁର କାରଣ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଲେଖଯାଇଛି।

ପିଟିସନ ‘ଗେମ ଅଫ ଅଯୋଧ୍ୟା’ ଫେମ ଫିଲ୍ମମେକର ସୁନୀଲ ସିଂହ ଦାୟର କରିଥିଲେ। ପିଟିସନରେ କୁହାଯାଇଥିଲା କି, ଯେଉଁଭଳି ପରିସ୍ଥିତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି,ତାହାର ତଦନ୍ତ ଦେବା ଦରକାର । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ପିଟିସନକୁ ଖାରଜ କରି ସାରିଛନ୍ତି ।ସିନେ ନିର୍ମାତା ସୁନିଲ ସିଂହ ଦାବି କରିଛନ୍ତି କି, ସେ ସେହି ସମୟରେ ଦୁବାଇରେ ଥିଲେ ଯେତବେଳେ କି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ସେଠାର ହୋଟେଲ କର୍ମଚାରୀ ଏବଂ ଷ୍ଟାଫ ମାନେ ଯେଉଁମାନେ କି ତାଙ୍କୁ ଜଣାଇଛନ୍ତି କି ମିଡିଆରେ ଦିଆଯାଇଥିବା ପରିବାର ବୟାନ ଏବଂ ଅନ୍ୟ ଲୋକମାନଙ୍କ କୁହାଯାଇଛି ଘଟଣା କ୍ରମ ପୁରା ଅଲଗା ଅଛି।

ସୂଚନାଅନୁଯାୟୀ,ଚଳିତ ବର୍ଷ ଫେବୃୟାରୀ ୨୪ରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଦୁବାଇର ହୋଟେଲ ଜୁମେରା ଅମିରାତ ଟାୱାର୍ସରେ ଶ୍ରୀଦେବୀ ନିଜ ରୁମ୍ର ବାଥରୁମର ବାଥଟବରେ ବୁଡ଼ିଥିବା ଅବସ୍ଥାରେ ମିଳିଥିଲେ,ସେତେବେଳେ ପତି ବୋନି କପୁର ତାଙ୍କ ସାଙ୍ଗରେ ଥିଲେ।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

Related posts

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା!

ENO Beuro

ରିଲିଜ ହେଲା ‘ମଣିକର୍ଣ୍ଣିକା’ର ଟ୍ରେଲର

ENO Beuro

ପୁଞ୍ଜିଲାଲଙ୍କ ଷଡଯନ୍ତ୍ରକୁ ନେଇ ତିଆରି ହେବ ଚଳଚିତ୍ର “ବୁଲେଟ ରାଜା”

ENO Beuro

Leave a Comment