• Home
  • News
  • ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି
News

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି

କଟକରେ ବେଆଇନଭାବେ ନିର୍ମାଣ ହୋଇଥିବା ଧାର୍ମିକ ଅନୁଷ୍ଠାନ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ଆସିପାରେ ।

ସୁପ୍ରିମକୋର୍ଟର ବିଚାରପତି ଅମିତାଭ ରାୟ ଏବଂ ଜୁଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମାଲର ଶୁଣାଣି କରିବେ ।ଏ ବାବଦରେ ସରକାରଙ୍କ ପକ୍ଷରୁ ଲିଖିତ ଜବାବ ଦାଖଲ ହୋଇସାରିଛି । ଆବେଦନକାରୀମାନେ ମଧ୍ୟ ପ୍ରତିଜବାବ ରଖିସାରିଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୩ ମେ ରେ କଟକ ସହରର ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ଧର୍ମାନୁଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏହାକୁ ବିରୋଧ କରି ୩୦ରୁ ଉର୍ଦ୍ଧ୍ୱ ଧାର୍ମିକ ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

୨୦୦୯ ସେପ୍ଟେମ୍ବର ୨୯ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିଥିବା ନ ଥିବା ନେଇ ଅଭିଯୋଗ କରିଥିଲେ । ଏହା ପରେ ସୁପ୍ରିମକୋର୍ଟ ଉଚ୍ଛେଦ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରି କୋର୍ଟଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ ୨୦, ୨୩୧ ଟି ଧାର୍ମିକ ବେଆଇନଭାବେ ଗଢ଼ିଉଠିଥିବାବେଳେ ସେଥିମଧ୍ୟରୁ ୯୪୭ ଟି ଉଚ୍ଛେଦ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା।

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି sc

ପଢନ୍ତୁ ;

କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଦୁଇଟି ବ୍ୟାୟାମ ପାଇପାରିବେ ଲମ୍ବା ଓ ଘନ କେଶ

Related posts

Indian Railways Has Terminated The Services Of 13 employees, For Kalinga Utkal derailment

Krishna Kumar Manoj

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

Krishna Kumar Manoj

ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More