• Home
  • News
  • ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର
News

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର

ଡ. ଏସସି ଜମିରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଆଜି ବିଦାୟ ନେଇଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଏସ୍‌.ସି. ଜମିର । ସକାଳ ୯ଟା ୫୦ ମିନିଟ୍‌ ସମୟରେ ବିଦାୟୀ ରାଜ୍ୟପାଳ ଡ. ଜମୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହା ସହିତ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।

ବିମାନ ବନ୍ଦରରେ ସରକାରଙ୍କ ପକ୍ଷରୁ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବିକ୍ରମ କେଶରୀ ଆରୁଖ, ପୋଲିସ କମିଶନର ୱାଇ ବି ଖୁରାନିଆ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଡ. ଜମୀର ଦାୟିତ୍ୱ ନେଇଥିଲେ। ଗତ ୨୦ ତାରିଖରେ ତାଙ୍କର ୫ ବର୍ଷର କାର୍ୟ୍ୟକାଳ ଶେଷ ହୋଇଥିଲା। ସେହିଦିନ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶାର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ ମିଳିଥିଲା । ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ପ୍ରକାଶ ପାଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନକୁ ଯାଇ ଡ. ଜମୀରଙ୍କୁ ସାକ୍ଷାତ କରିଥିଲେ।

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର SC Jamir

ପଢନ୍ତୁ; ଲୋକୟୁକ୍ତ ନିଯୁକ୍ତି ମାମଲା:ଓଡ଼ିଶାକୁ ଜବାବ୍‌ ମାଗିଲେ ସୁପ୍ରିମ୍‌କୋର୍ଟ

Related posts

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

Krishna Kumar Manoj

ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

Krishna Kumar Manoj

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More