News

ବାଣ ଫୁଟା ସମୟ, ରାୟ ପରିବର୍ତ୍ତନ କଲେ ସୁପ୍ରିମକୋର୍ଟ

diwali

ଦୀପାବଳୀରେ ବଣ ଫୁଟାଇବାକୁ ନେଇ ନିର୍ଦ୍ଧାରଣ ହୋଇଥିବା ସମୟକୁ ସୁପ୍ରିମକୋର୍ଟ ଆଜି ପୁଣି ଥରେ ପରିବର୍ତନ କରିଛନ୍ତି । ସୁପ୍ରିମ୍‌ କୋର୍ଟ କହିଛନ୍ତି କି ଦୀପାବଳିରେ ରାତି ୮ ଟାରୁ ୧୦ ଯାଏଁ ବାଣ ଫୁଟା ଯାଇପାରିବ ବୋଲି ପୂର୍ବରୁ ଦିଆଯାଇଥିବା ରାୟ ତାମିଲନାଡୁ ଏବଂ ପଣ୍ଡିଚେରୀକୁ ଛାଡି ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ।

diwali

ତାମିଲନାଡ଼ୁ ସରକାରଙ୍କ ନିବେଦନ ଆଧାରରେ ପରିବର୍ତ୍ତନ ପାଇଁ ସୁପ୍ରିମ୍‌ କୋର୍ଟ ରାଜି ହୋଇଥିଲେ। ରାଜ୍ୟଗୁଡ଼ିକ ନିଜ ପରମ୍ପରା ଅନୁସାରେ ବାଣ ଫୁଟାଇ ପାରିବେ। ଏଥିପାଇଁ ସେମାନେ ସମୟ ନିର୍ଦ୍ଧା‌ରଣ କରିପାରିବେ। କିନ୍ତୁ ବାଣଫୁଟା ଅବଧି ଦୁଇଘଣ୍ଟାରୁ ଅଧିକ ହେବନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଶୀର୍ଷ ଅଦାଲତ କହିଛନ୍ତି କି ଏହି ନିର୍ଦ୍ଦେଶ କେବଳ ଦିଲ୍ଲୀ ଏନସିଆର ପାଇଁ ଥିଲା, ଭାରତର ସମସ୍ତ ରାଜ୍ୟ ପାଇଁ ନୁହେଁ । କେବଳ ତାମିଲନାଡୁରେ ଦୀପାବଳି ଦିନ ସକାଳେ ବାଣ ଫୁଟା ଯାଏ । ଏହା ସହ ବାଣ ଦୋକାନୀଙ୍କ ସମୟ ସୀମା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।

ସୂଚନାନୁଯାୟୀ, ସୁପ୍ରିମକୋର୍ଟ ଗତ ଶୁଣାଣୀରେ ବାଣ ଫୁଟାଇବାକୁ ନେଇ କିଛି ସର୍ତ୍ତ ଲାଗୁ କରିଥିଲେ । ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦେଶରେ ବାଣ ବିକ୍ରୀ ଏବଂ ବାଣ ଫୁଟାଇବାକୁ ନେଇ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଅଦାଲତ ନିଷ୍ପତି ନେଇଥିଲେ ଯେ, ଦୀପାବଳି ଦିନ ରାତ୍ରୀରେ କେବଳ ୮ଟାରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟା ଯାଇ ପାରିବ ।

ପଢନ୍ତୁ; ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ଆବେଦନ ସମୟସୀମା ନଭେମ୍ବର ୩୦କୁ ବୃଦ୍ଧି

Related posts

ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

ENO Beuro

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ENO Beuro

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

Leave a Comment