POLITICALS

‘କାଳିଆ’ ଯୋଜନାକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ଲଞ୍ଚ୍ ନେଇ ନୋଟିସ

Untitled 1

କାଳିଆ ଯୋଜନା ନେଇ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ  ଜାରି କରିଛନ୍ତି । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସିଧା ଟଙ୍କା ଟ୍ରାନ୍ସଫର ଘଟଣାରେ ଏହି ନୋଟିସ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଥିବା ଏସବୁ ଯୋଜନାକୁ ରଦ୍ଦ କରିବା ଲାଗି ତେଲେଙ୍ଗାନାର ପି. ପୁଲାରାଓଙ୍କ ପିଟିଶନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର ଏବଂ କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏହି ନୋଟିସ ଜାରି କରିଛନ୍ତି।

ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ‘କାଳିଆ’ ଯୋଜନା ଆଣିଥିଲେ ।  କାଳିଆକୁ ନେଇ ଢେର ଅଭିଯୋଗ ମଧ୍ୟ ଆସିଲା । ସେ ଯାହା ହେଉ କାଳିଆ ପାଇଁ ନିର୍ବାଚନୀ ବୈତରଣୀ ବିଜେଡି  ପାର ହୋଇଥିବା ମଧ୍ୟ କୁହାଯାଉଛି ।  ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି ଏବଂ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଥିବା ହେତୁ ନିର୍ବାଚନର ଅତି କମ୍‌ରେ ୬ ମାସ ଭିତରେ ଏଭଳି ଯୋଜନା ଘୋଷଣା ନ କରିବାକୁ ପଦକ୍ଷେପ ନିଆଯାଉ ବୋଲି ଆବେଦନକାରୀ କହିଛନ୍ତି । ଏହାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ ।

ପଢନ୍ତୁ: ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

Related posts

ପରାଜୟର ଆଘାତକୁ ଭୁଲିପାରୁ ନାହାନ୍ତି ରାହୁଲ, ଇସ୍ତଫା ଜିଦରେ ଅଟଳ

Ratnamani Moharana

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ENO Beuro

ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

Ratnamani Moharana

Leave a Comment