ଏସସି/ଏସଟି ଆକ୍ଟ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ମୋଦୀ ସରକାରଙ୍କୁ ଝଟକା

ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ସମ୍ବନ୍ଧରେ ନିଜର ସଦ୍ୟ ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗତକାଲି ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ୨ ଦିନ ମଧ୍ୟରେ ନିଜ ନିଜ ମତାମତ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।ଆସନ୍ତା ୧୦ ଦିନ ପରେ ଏହି ମାମଲାର ଶୁଣାଣି ହେବ ବୋଲି ଅଦାଲତ ସୂଚିତ କରିଛନ୍ତି।

ଜଷ୍ଟିସ ଏକେ ଗୋଏଲ ଓ ଜଷ୍ଟିସ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ପ୍ରଦର୍ଶନକାରୀଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁ ଲୋକେ ସଡ଼କରେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନେ ଆମର ପୁରା ରାୟକୁ ପଢ଼ି ନାହାନ୍ତି। ଆମକୁ ନିର୍ଦ୍ଦୋଷ ଲୋକଙ୍କ ଚିନ୍ତାର ରହିଛି, ଯେଉଁମାନେ ଜେଲରେ ବନ୍ଦ ଅଛନ୍ତି। ଏସସି-ଏସଟି ଆକ୍ଟ ଉପରେ ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଏପ୍ରିଲ ୨ରେ ଦଳିତ ସଂଗଠନଙ୍କ ପକ୍ଷରୁ ଆହୂତ ଭାରତ ବନ୍ଦ ଆନ୍ଦୋଳନ ସମୟରେ ଅନେକ ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସାତ୍ମକ ଆନ୍ଦୋଳନରେ ଭିନ୍ନ ଭିନ୍ନ ଜାଗାରୁ ୧୨ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି।

ସୂଚନାଯୋଗ୍ୟ, ଏହି ସଂଶୋଧନ ପ୍ରସ୍ତାବ ନେଇ ସୋମବାର ଦେଶର ବିଭିନ୍ନ ଦଳିତ ସଂଗଠନ ଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାଦ୍ୱାରା ୧୦ରୁ ଅଧିକ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ବନ୍ଦବେଳେ ହିଂସାକାଣ୍ଡ ଯୋଗୁ ୧୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

 

ପଢନ୍ତୁ; କେଶ ଝଡିବା ଓ ରୂପି ହେବା ସମସ୍ୟାକୁ ଦୂର କରିଥାଏ ଡାଳିମ୍ବ ଚୋପା! ଆସନ୍ତୁ ଜାଣିବା ଏହି ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ?

ଆମକୁ ନିର୍ଦ୍ଦୋଷ ଲୋକଙ୍କ ଚିନ୍ତାର ରହିଛି, ଯେଉଁମାନେ ଜେଲରେ ବନ୍ଦ ଅଛନ୍ତି। - 8.9

89%

ଏହି ସଂଶୋଧନ ପ୍ରସ୍ତାବ ନେଇ ସୋମବାର ଦେଶର ବିଭିନ୍ନ ଦଳିତ ସଂଗଠନ ଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। - 8.8

88%
8.9/10

Very Good!

ଏସସି/ଏସଟି ଆକ୍ଟ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ସମ୍ବନ୍ଧରେ ନିଜର ସଦ୍ୟ ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗତକାଲି ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ୨ ଦିନ ମଧ୍ୟରେ ନିଜ ନିଜ ମତାମତ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।ଆସନ୍ତା ୧୦ ଦିନ ପରେ ଏହି ମାମଲାର ଶୁଣାଣି ହେବ ବୋଲି ଅଦାଲତ ସୂଚିତ କରିଛନ୍ତି।

No Votes Yet

You're not rated yet