EnewsOdia.Com

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆଧାର ନମ୍ବର ସଂଯୋଗ  ପାଇଁ କରାଯାଇଥିବା ଜନସ୍ୱାର୍ଥ ମାମଲା ଆବେଦନକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ସବୁକିଛି ସୁପ୍ରିମକୋର୍ଟକୁ ଆସିବା ଦରକାର ନାହିଁ। ଏହି ପ୍ରସଙ୍ଗ ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ରହିଛି। ତୁମେ ସେଠାରେ ଆବେଦନ କର ବୋଲି ଆବେଦନକାରୀ ଫେସବୁକ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଅଶ୍ଵିନୀ ଉପାଧ୍ୟାୟଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ କବଳିତ କରୁଥିବା ଜାଲ୍‌ ଏବଂ ଟ୍ରୋଲ୍‌ ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରାଇବା ଉଦ୍ଦେଶ୍ୟରେ ଓକିଲ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏହି ମାମଲା ଦାଏର କରିଥିଲେ। ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ଗୁଡ଼ିକୁ ଆଧାର ନମ୍ବରରେ ସଂଯୋଗ କରିବାକୁ ସରକାରଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ନିମନ୍ତେ ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ପଢନ୍ତୁ: ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

ସମ୍ବନ୍ଧିତ ଖବର

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

Ratnamani Maharana

ମାର୍ଚ୍ଚ ୩, ସକାଳ ୬ରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

କମିଲା ଥଣ୍ଡା, ଆସୁଛି କୁହୁଡି

Ratnamani Maharana

ଆଜିଠୁ ସେସୁର ବିଦ୍ୟୁତ୍ କାଟ୍ ଅଭିଯାନ

Ratnamani Maharana

ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ

Ratnamani Maharana