News

ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

ରିଲାଏନ୍ସ ଇନ୍‌ଫ୍ରାକୁ ବଡ ଝଟକା ଲାଗିଛି । ଏହା ଦ୍ୱାରା ପରିଚାଳିତ ୩ଟି ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ,  ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର ମାମଲାକୁ ଖାରଜ କରିଛି ସର୍ବୋଚ୍ଚ ନ୍ୟାୟାଳୟ । ବିଚାରପତି ରୋହିନ୍‌ଟନ୍‌ ନରିମନ୍‌ ଓ ବିଚାରପତି ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲା ଖାରଜ ହେଇଛି ।

ଏଠାରେ ସୂଚନାଯୋଗ୍ୟ: ୨୦୧୫ ମାର୍ଚ ୪ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ରିଲାଏନ୍ସ ଇନ୍‌ଫ୍ରା ଦ୍ୱାରା ପରିଚାଳିତ ୩ଟି କମ୍ପାନିର ଲାଇସେନ୍ସ ପ୍ରତ୍ୟାହାର କରିନେଇ ତା’ ସ୍ଥାନରେ ଗ୍ରିଡ୍‌କୋ ସିଏମ୍‌ଡିଙ୍କୁ ୩ଟି କମ୍ପାନିର ପ୍ରଶାସକ ରୂପେ ନିଯୁକ୍ତ କରିଥିଲେ। ବିଦ୍ୟୁତ୍‌ ଆଇନର ଧାରା ୧୯ ଅନୁଯାୟୀ ୩ଟି କମ୍ପାନିର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଦର୍ଶାଇ ସେମାନଙ୍କ ଲାଇସେନ୍ସକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଓଇଆର୍‌ସି ର ରାୟକୁ ବିଦ୍ୟୁତ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲରେ କାଏମ ରଖାଯିବା ବିରୋଧରେ ରିଲାଏନ୍ସ କମ୍ପାନି ତ୍ରୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଓଇଆର୍‌ସି ଆଦେଶକୁ କାଏମ୍‌ ରଖିଥିଲେ।

ପଢନ୍ତୁ, ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ମାନୁସି ଚିଲର ହେବେ ସମ୍ମାନୀତ, ପାଇବେ ଇଚ୍ଛା ମୁତବକ ସରକାରୀ କାର୍ଜ୍ୟାଲୟ

Related posts

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ

ENO Beuro

ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା : ୬ଲକ୍ଷ ୮ହଜାରରୁ ଅଧିକ ପରୀକ୍ଷାର୍ଥୀ

ENO Beuro

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ENO Beuro

1 comment

Leave a Comment