• Home
  • News
  • କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ
News

କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ନେଇ ଅନେକ ବିବାଦ ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ କୌଣସି ହସ୍ତକ୍ଷେପ କରିବା ସମୟରେ କୋର୍ଟକୁ ଅଧିକ ଯତ୍ନବାନ ହେବାର ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ନିର୍ମାଣ ମୁଭି ‘ଏନ ଇନସିଗନିଫିକେଂଟ ମ୍ୟାନ’ ର ରିଲିଜ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ମାମଲାକୁ ଖାରଜ କରିବା ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ପଦ୍ମାବତୀ ଫିଲ୍ମ ଡିସେମ୍ବର ୧ରେ ମୁକ୍ତିଲାଭ କରିବାକୁ ଯାଉଛି ମାତ୍ର ପଦ୍ମାବତୀ ଫିଲ୍ମକୁ ନେଇ ଅନେକ ବିବାଦ ସୃଷ୍ଟି ହେଇଛି ଯାହା ସମୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମଟିରେ ରାଣୀ ପଦ୍ମାବତୀଙ୍କୁ ନେଇ କିଛି ଆପତିଜନକ ଦୃଶ୍ୟ ପାଇଁ ଅନେକ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । ଏଣୁ ଭାରତର ବିଭିନ୍ନ ସମ୍ପ୍ରଦାୟରୁ ଫିଲ୍ମଟିକୁ ରିଲିଜ ନକରିବାକୁ ଦାବି କରୁଛନ୍ତି । ଏପଟେ ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରିବସିଛି । ନିର୍ମାତା ସଂଜୟ ଲୀଳା ବଂଶାଲୀଙ୍କୁ ମୁଣ୍ଡକାଟ ଧମକ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାକ କାଟିବାକୁ ଧମକ ଦିଆଯାଇଛି ।  ଫିଲ୍ମଟି ରିଲିଜ ହେଲେ ଦେଶରେ ଭୟଙ୍କର ହିଂସାକାଣ୍ଡ ଘଟିବ ବୋଲି ଚେତାବନୀ ଦେଇଛି କରନି ସେନା ।

ଏଣୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ ଖାନବିଲକର ଓ ବିଚାରପତି ଡି. ଚନ୍ଦ୍ରଚୁଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପଦ୍ମାବତୀ ସିନେମା ଉପରେ ବି ଟିପ୍ପଣୀ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ମନୁଷ୍ୟକୁ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଉଥିବା ସିନେମାର ମାନେ ଏହା ନୁହଁ ଯେ ସମ୍ପୃକ୍ତ ସିନେମାଟି ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇଥିବ । ଏହାସହ କୌଣସି ମୁଭିର ଅବିଭ୍ୟକ୍ତି ଏପରି ହେବା ଦରକାର ଯାହା ଦର୍ଶକଙ୍କ ଚେତନ ଓ ଅବଚେତନକୁ ଜାଗ୍ରତ କରିପାରିବ ବୋଲି କୋର୍ଟ କହିଛନ୍ତି । ଏହାଦ୍ୱାରା ପଦ୍ମାବତୀ ମୁଭିକୁ ନେଇ ହେଉଥିବା ହିଂସାତ୍ମକ ପ୍ରତିବାଦକୁ ମଧ୍ୟ ସୁପ୍ରିମକୋର୍ଟ ଭୁଲ୍ ଦର୍ଶାଇଛନ୍ତି ।

କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ   କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । 

Related posts

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

Krishna Kumar Manoj

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

Krishna Kumar Manoj

କଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More