News

“ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ ” ଜାଣନ୍ତୁ

By Krishna Kumar Manoj

January 09, 2018

ନିଜ ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ରେ କହିଛନ୍ତି ଯେ ,ସିନେମା ହଲରେ ଫିଲ୍ମ ପୂର୍ବରୁ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ ନୁହେଁ। ଜାତୀୟ ସଂଗୀତ ଉପରେ ସରକାର ନିୟମ କରିବାକୁ  ସେ  ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳ ପୂର୍ବରୁ କେବଳ ଥିଏଟର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦେଇଥିଲେ। ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଥିଏଟରଗୁଡ଼ିକରେ ଜାତୀୟ ସଙ୍ଗୀତ ବଜାଇବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ।

ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଗତକାଲି ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ଜାତୀୟ ସଙ୍ଗୀତ ଗାନ ଓ ବଜାଇବା ନେଇ ଗାଇଡଲାଇନ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଏକ ୧୨ ଜଣିଆ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ଏହି କମିଟି ଜାତୀୟ ସଙ୍ଗୀତ ଗାନ ଓ ବାଜାଇବା ନେଇ ସମସ୍ତ ଦିଗରୁ ତର୍ଜମା କରିବ।ଏହି କମିଟି ଆସନ୍ତା ୬ ମାସ ମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହିତ ଆଲୋଚନା କରି ତାର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଉପରେ ଜାତୀୟ ସଙ୍ଗୀତ ବଜାଇବା ଓ ଗାନ କରିବା ନେଇ ପରିସ୍ଥିତି, ଓ କେଉଁ ଅବସରରେ ଏହା ଗାନ କରାଯିବ କିମ୍ବା ବାଜିବ ତାହା ସ୍ଥିର କରିବା ସହିତ ଏଥିପାଇଁ ଆବଶ୍ୟକ ଶିଷ୍ଟାଚାର ଉପରେ ସରକାର ନିୟମ ପ୍ରଣୟନ କରିବେ ବୋଲି ଜଣାଇଥିଲେ।

ମୁଖ୍ୟ ବିଚାର ପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟି ଓ୍ଵାଇ ବି ଚନ୍ଦ୍ରଚୁଡ଼ ଓ ଜଷ୍ଟିସ , ଏମ ଖନିଓ୍ଵିଲକରଙ୍କୁ ନେଇ ଗଠିତ ବେଞ୍ଚ ଏହି ମାଢ଼ଲାର ଶୁଣାଣୀ କରି ପୂବ;ରୁ ସ;ର୍ବାଚ୍ଚ ନ୍ୟାୟାଳୟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶାନାକୁ ପ୍ରତ୍ୟାହାର କରି ନେଇଥିଲେ।

ପଢନ୍ତୁ ;

ମେଦ ବହୁଳତା କୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି,ଜାଣନ୍ତୁ ସେ ସମ୍ପର୍କ ରେ