• Home
  • News
  • ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!
News

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

ସୁପ୍ରିମକୋର୍ଟ ଭାରତୀୟ ରେଳବାଇକୁ ନିର୍ଦ୍ଦେଶ ଦେଇଛି କି ଟ୍ରେନରେ ଯାତ୍ରା ସମୟରେ ଦୁର୍ଘଟଣା ବଶତଃ ହେଉଥିବା ଯାତ୍ରୀଙ୍କ ମୃତ୍ୟୁରେ ପାଇଁ ରେଳ ବିଭାଗ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବ। ବୁଧବାର କୋର୍ଟ କହିଛି କି ଟ୍ରେନରେ ଚଢିବା ଓ ଓହ୍ଲାଇବା ସମୟରେ ଯାତ୍ରୀଙ୍କର ମୃତ୍ୟୁ ହେଲେ କିମ୍ବା ସେମାନେ ଖଣ୍ଡିଆ ଖାବରା ହେଲେ ସେମାନଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ହେବ। ସୁପ୍ରିମକୋର୍ଟ କହିଛନ୍ତି ଦୁର୍ଘଟଣାରେ ଯାତ୍ରୀଙ୍କ ଦାୟିତ୍ୱହୀନତା ଦର୍ଶାଇ ରେଳବାଇ କ୍ଷତିପୂରଣ ଦେବାରୁ ବର୍ତ୍ତିପାରିବ ନାହିଁ । କିନ୍ତୁ ଆତ୍ମହତ୍ୟା ଏବଂ ନିଜେ ନିଜକୁ କ୍ଷତି ପହଞ୍ଚାଇଲେ ସେହି କ୍ଷେତ୍ରରେ କୌଣସି କ୍ଷତିପୂରଣ ମିଳିବ ନାହିଁ।

ଭାରତୀୟ ରେଳର ଧାରା ୧୨୪ ଅନୁସାରେ ରେଳ ପ୍ରଶାସନ ଦ୍ୱାରା ଏହି ସ୍ଥିତି ଗୁଡିକରେ କିଛି କ୍ଷତି ପୂରଣ ଦିଆଯାଉ ନାହିଁ । ଯେଉଁଥିରେ କି ଯାତ୍ରୀ ଆତ୍ମହତ୍ୟା, ଆତ୍ମହତ୍ୟା ଉଦ୍ୟମ, ଜାଣିଶୁଣି ଆଘାତ ପ୍ରାପ୍ତ ହେବା, ଜାଣି ଶୁଣି କରୁଥିବା କିଛି ଅପରାଧିକ କାମ ପାଇଁ ଏହି ମାମଲାରେ ବିଭିନ୍ନ ହାଇକୋର୍ଟ ବିରୋଧାତ୍ମକ ନିଷ୍ପତି ଶୁଣାଇଛନ୍ତି। ଯେଉଁଥିରେ ଟ୍ରେନ ଚଢିବା ଏବଂ ଓହ୍ଲାଇବା ସମୟରେ ପୀଡତମାନଙ୍କୁ ଦାୟିତ୍ୱହୀନ କାରଣରୁ ମୃତ୍ୟୁ କିମ୍ବା ଗଭୀର ଭାବେ ଆଘାତ ଲାଗିଥାଏ । ଏହାକୁ ଜାଣିଶୁଣି ଆଘାତ ଲାଗିବା ବୋଲି କୁହାଯାଇଥିଲା । କିନ୍ତୁ କିଛି ହାଇକୋର୍ଟ ଏହି ଭଳି ଘଟଣା ଗୁଡିକ ପାଇଁ ରେଳ ବିଭାଗ ଉପରେ ଦୃଢ ଦାହିତ୍ୱହୀନତା ବୋଲି କୁଯାହାଇଛି। ଏହି ମାମଲାରେ ବିରାମ ଲଗାଇ ସୁପ୍ରିମ କୋର୍ଟ କହିଛି କି ରେଳବାଇର ଏହି ସବୁ ଘଟଣାରେ ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ବାଧ୍ୟ।

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ! Indian Railways

ପଢନ୍ତୁ;  ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

Related posts

ପ୍ରେମିକା ନେଲା ପ୍ରେମିକର ଜୀବନ

Krishna Kumar Manoj

ସୌରଜଗତରେ ପୃଥିବୀ ପରି ଆଉ ଏକ ଗ୍ରହ, ଯେଉଁଠି ମନୁଷ୍ୟ ଜୀବନ ସମ୍ଭବ

Krishna Kumar Manoj

ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନିମନ୍ତେ ମହାରାଷ୍ଟ୍ର ସରକାର ଙ୍କ ନୂଆ ଯୋଜନା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More