ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ସ୍ତ୍ରୀ କୌଣସି ‘ସାମଗ୍ରୀ’ ନୁହେଁ:ସୁପ୍ରିମକୋର୍ଟ

ଜଣେ ମହିଳା ସ୍ଵାମୀଙ୍କ ଦ୍ଵାରା ଅର୍ଜିତ ସମ୍ପତ୍ତି ନୁହନ୍ତି କିମ୍ବା ସେ କୌଣସି ସାମଗ୍ରୀ ବି ନୁହଁନ୍ତି । ଯଦି ମହିଳା ଜଣକ ସ୍ବାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ,ତାହାଲେ ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଏକ ଆପରାଧିକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।

ଅକଥନୀୟ ନିଯ୍ୟାତନା ପାଉଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁ ନଥିବା ସୁପ୍ରିମକୋର୍ଟରେ କହିଥିଲେ। ତାଙ୍କ ସ୍ୱାମୀ କିନ୍ତୁ ସ୍ତ୍ରୀଙ୍କୁ ପାଖରେ ରଖିବାକୁ ଚାହୁଁଥିଲେ। ଏପରି ଏକ ସମ୍ବେଦନଶୀଳ ମାମଲାର ବିଚାର କରି ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ମଦନ ବି ଲୋକୁର କହିଥିଲେ କି ସ୍ତ୍ରୀ କୌଣସି ଅସ୍ଥାବର ସମ୍ପତ୍ତି ନୁହେଁ କି ସାମଗ୍ରୀ ନୁହେଁ। ଅଦାଲତ ପୁଣି ସ୍ୱାମୀ ଜଣଙ୍କୁ ବୁଛାଇଥିଲେ କି ତୁମେ ତୁମ ନିଷ୍ପତ୍ତିର ପୁନଃବିଚାର କର। ସ୍ୱାମୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲଙ୍କ ଯୁକ୍ତିକୁ ବିଚାରପତି ଦ୍ୱୟ ଖଣ୍ଡନ କରିଥିଲେ। ମାମଲାର ପରବର୍ତ୍ତି ଶୁଣାଣୀ ଅଗଷ୍ଟ ୮ରେ ରହିଛି।

ଅଦାଲତ ଏହା ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ସୁଯୋଗ ଦେଇଥିଲେ, କିନ୍ତୁ ଏହା ସମ୍ଭବ ହୋଇନଥିଲା । ସ୍ତ୍ରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଥିଲେ ଯେ ତାଙ୍କ ମହକିଲ ସ୍ୱାମୀଙ୍କ ଠାରୁ ମାଡ଼ ଖାଉଥିବାରୁ ଛାଡ଼ପତ୍ର ଚାହୁଁଛନ୍ତି।

ପଢନ୍ତୁ; ଖାଇ ସାରିବା ପରେ କେଉଁ ଜିନିଷ ଖାଇବା ଏବଂ ପିଇବା ଅନୁଚିତ? ଜାଣନ୍ତୁ ସେ ସମ୍ପର୍କରେ

ଅକଥନୀୟ ନିଯ୍ୟାତନା ପାଉଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁ ନଥିବା ସୁପ୍ରିମକୋର୍ଟରେ କହିଥିଲେ। - 8.5

85%

ମାମଲାର ପରବର୍ତ୍ତି ଶୁଣାଣୀ ଅଗଷ୍ଟ ୮ରେ ରହିଛି। - 8.3

83%
8.4/10

Very Good!

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ଜଣେ ମହିଳା ସ୍ଵାମୀଙ୍କ ଦ୍ଵାରା ଅର୍ଜିତ ସମ୍ପତ୍ତି ନୁହନ୍ତି କିମ୍ବା ସେ କୌଣସି ସାମଗ୍ରୀ ବି ନୁହଁନ୍ତି । ଯଦି ମହିଳା ଜଣକ ସ୍ବାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ,ତାହାଲେ ତାଙ୍କୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଏକ ଆପରାଧିକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।

No Votes Yet

You're not rated yet