News

ପ୍ରିୟା ପ୍ରକାଶ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ଶୁକ୍ରବାର ସୁପ୍ରିମକୋର୍ଟ ରାତାରାତି ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ମାମଲା ରଦ୍ଦ କରିଛନ୍ତି। ଅଭିଯୋଗକୁ ବିଚାର କରିବା ସମୟରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ଶୁଣାଣି କରି ଏହା ଏକ ସଙ୍ଗୀତ ଏଥିରେ କୌଣସି ଧର୍ମକୁ ଆଘାତ କରିବାଭଳି ପ୍ରଦର୍ଶନ କରାଯାଇ ନାହିଁ ବୋଲି କହିଛନ୍ତି।

ହାଇଦ୍ରାବାଦ ପୋଲିସ ଷ୍ଟେସନରେ କିଛି ସଙ୍ଗଠନ ପ୍ରିୟାଙ୍କ ଗୀତ ରିଲିଜ ସମୟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ମୁଖ୍ୟ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ପ୍ରିୟା ପ୍ରକାଶଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲୋକପ୍ରିୟ ଲୋକଗୀତକୁ କେବେବି ନିନ୍ଦା କରାଯାଇ ନପାରେ ବୋଲି କୋର୍ଟ ଶୁଣାଣିରେ କହିଛନ୍ତି।

priya ପ୍ରିୟା ପ୍ରିୟା ପ୍ରକାଶ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ priya

ସୂଚନାଯୋଗ୍ୟ,ଗତ ଫେବୃୟାରୀରେ ରଜ୍ଜା ଏକାଡେମୀ ପକ୍ଷରୁ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରିୟାଙ୍କ ଏହି ଗୀତଟି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚିଠି ଦିଆଯାଇଥିଲା । ଏହି ମଲାୟାଲାମ ଗୀତଟି ମହମ୍ମଦ ଓ ତାଙ୍କ ପବିତ୍ର ପତ୍ନୀଙ୍କ ଅପମାନ କରି ପ୍ରସ୍ତୁତ କରାଯାଇଥିବା ଏକାଡେମୀ ଅଭିଯୋଗ କରିଥିଲା ।

ଅନ୍ୟପକ୍ଷରେ ଦୀର୍ଘ ୪୦ବର୍ଷରୁ ସମସ୍ତଙ୍କ ପ୍ରିୟ ଗୀତ ହୋଇ ସାରିଥିବା ଅଚାନକ ମୁସଲିମ ସମ୍ପ୍ରଦାୟଙ୍କ ଭାବନାକୁ କିପରି ଆଘାତ ଦେଲା ପ୍ରଶ୍ନ କରିଛନ୍ତି ପ୍ରିୟା। ତେବେ ମଲାୟାଲାମ ଫିଲ୍ମ ‘ଓରୁ ଆଦାର ଲଭ’ର ପ୍ରଥମ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଲଟି ଯାଇଥିଲେ ଷ୍ଟାର। ଏହି ଭିଡିଓରେ ପ୍ରିୟାଙ୍କ ଆଖିମରା ଅନ୍ଦାଜ ଲୋକପ୍ରିୟ ହୋଇଥିଲା।

ପଢନ୍ତୁ; କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା

Related posts

ମରାଠାଙ୍କ ପାଇଁ ସଂରକ୍ଷଣ ଦାବି:ଜାଳିଦେଲେ ୪୦ ବସ୍

ENO Beuro

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

ENO Beuro

ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More