ଲୋକୟୁକ୍ତ ନିଯୁକ୍ତି ମାମଲା:ଓଡ଼ିଶାକୁ ଜବାବ୍‌ ମାଗିଲେ ସୁପ୍ରିମ୍‌କୋର୍ଟ

ଲୋକଯୁକ୍ତ କାହିଁକି ନିଯୁକ୍ତି କରିନାହଁ ତାହା ଜଣାଇବା ଲାଗି ସୁପ୍ରିମ୍‌କୋର୍ଟ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ନୋଟିସର ଜବାବ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଅନ୍ୟ ପକ୍ଷେ ,ଏ ସମ୍ପର୍କରେ ଓଡ଼ିଶା ପକ୍ଷରୁ ଅଦାଲତରେ କୌଣସି ସୂଚନା ନଥିବାରୁ ଲୋକପାଳ ନିଯୁକ୍ତି ସମ୍ପର୍କିତ ସ୍ଥିତାବସ୍ଥା ଜଣାଇବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଆର୍‌ ବାନୁମଥିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିିଛନ୍ତି।

ଦିଲ୍ଲୀର ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରି ଆଜି ଜମ୍ମୁ କଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡ଼ୁଚେରୀ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଖଣ୍ଡପୀଠ କାରଣ ଦର୍ଶାଇବାକୁ କହିଛନ୍ତି। କେତେ ତାରିଖ ମଧ୍ୟରେ ସଂପୃକ୍ତ ରାଜ୍ୟଗୁଡ଼ିକ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିବେ ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ କରିିଛନ୍ତି।

ସୂଚନାଯୋଗ୍ୟ ଯେ,ଲୋକାୟୁକ୍ତ ଆଇନ ୨୦୧୩ର ଧାରା ୬୩ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ଲୋକାୟୁକ୍ତ ନିଯୁକ୍ତ କରିବା ଉଚିତ୍‌। ତେବେ ଆବେଦନକାରୀ ଅଶ୍ୱିନୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ୨୦୧୪ ଜାନୁଆରି ୧ରେ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ ୨୦୧୩ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିଲା ଏବଂ ୨୦୧୪ ଜାନୁଆରି ୧୬ରେ ଏହା କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ଏଯାବତ୍‌ ରାଜ୍ୟମାନଙ୍କରେ ଲୋକପାାଳ ନିଯୁକ୍ତ ହୋଇନାହିଁ ବୋଲି ଅଶ୍ୱିନୀ ପ୍ରଶ୍ନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖରେ ହେବ।

ପଢନ୍ତୁ;ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ଲୋକୟୁକ୍ତ ଆଇନ ୨୦୧୩ର ଧାରା ୬୩ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ଲୋକାୟୁକ୍ତ ନିଯୁକ୍ତ କରିବା ଉଚିତ୍‌। - 9

90%

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖରେ ହେବ। - 9.2

92%
9.1/10

Excellent!

ଲୋକାୟୁକ୍ତ ନିଯୁକ୍ତି ମାମଲା:ଓଡ଼ିଶାକୁ ଜବାବ୍‌ ମାଗିଲେ ସୁପ୍ରିମ୍‌କୋର୍ଟ

ଲୋକଯୁକ୍ତ କାହିଁକି ନିଯୁକ୍ତି କରିନାହଁ ତାହା ଜଣାଇବା ଲାଗି ସୁପ୍ରିମ୍‌କୋର୍ଟ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସର ଜବାବ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଅନ୍ୟ ପକ୍ଷେ ,ଏ ସମ୍ପର୍କରେ ଓଡ଼ିଶା ପକ୍ଷରୁ ଅଦାଲତରେ କୌଣସି ସୂଚନା ନଥିବାରୁ ଲୋକପାଳ ନିଯୁକ୍ତି ସମ୍ପର୍କିତ ସ୍ଥିତାବସ୍ଥା ଜଣାଇବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଆର୍‌ ବାନୁମଥିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିିଛନ୍ତି।

No Votes Yet

You're not rated yet