News

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

ମଧ୍ୟପ୍ରଦେଶକୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ

ନିର୍ଭୟା ଫଣ୍ଡ ଅଧୀନରେ ପାଇଥିବା ଅର୍ଥର ବଣ୍ଟନକୁ ନେଇ ଗୁରୁବାରଦିନ ମଧ୍ୟପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ତୀବ୍ର ଭସ୍ନନା କରିଛନ୍ତି। ସୁପ୍ରିମ୍‌ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଜଣେ ବଳତ୍କାର ପୀଡ଼ିତାକୁ ମାତ୍ର ୬୦୦୦ ଟଙ୍କା ଦେଇ ସରକାର କଣ ଦର୍ଶୀଇବାକୁ ଚହୁଁଛନ୍ତି କି ?

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ କେନ୍ଦ୍ରରୁ ନିର୍ଭୟା ପାଣ୍ଠି ବାବଦରେ ମଧ୍ୟପ୍ରଦେଶ ସର୍ବାଧିକ ଅର୍ଥ ପାଉଥିବା ବେଳେ ପ୍ରତି ଦୁଷ୍କର୍ମ ପୀଡ଼ିତାମାନଙ୍କୁ ମାତ୍ର ୬୦୦୦ ରୁ ୬୫୦୦ ଟଙ୍କା ଦେବା କ୍ଷୋଭର ବିଷୟ ।ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ସରକାର ଦାଖଲ କରିଥିବା ସତ୍ୟପତ୍ର ଅନୁଶୀଳନ କରି କହିଲେ, ଆପଣଙ୍କ ସତ୍ୟପତ୍ର ଅନୁସାରେ, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ହାରାହାରି ୬୦୦୦ ଟଙ୍କା ଦିଆଯାଉଛି। ଆପଣ କ’ଣ ଦାନ ଦେଉଛନ୍ତି? ଆପଣ ଏମିତି କରି ପାରୁଛନ୍ତି କେମିତ… ଦୁଷ୍କର୍ମକୁ କ’ଣ ୬, ୫୦୦ ଟଙ୍କାରେ ମୂଲ୍ୟାୟନ କରୁଛନ୍ତି?

ଏହି ରାଜ୍ୟରେ ଦୁର୍ଷ୍କମ ସଂଖ୍ୟା ମଧ୍ୟ ଉଲ୍ଲେଖଯୋଗ୍ୟ। ମଧ୍ୟପ୍ରଦେଶରେ ସମୁଦାୟ ୧, ୯୫୧ ଜଣ ଦୁଷ୍କର୍ମ ପୀଡ଼ିତା ଅଛନ୍ତି, କିନ୍ତୁ ଆପଣ ସେମାନଙ୍କୁ ୬,୦୦୦ଟଙ୍କା ଦେଉଛନ୍ତି। ତାହା କ’ଣ ଉତ୍ତମ, ପ୍ରଶଂସାଯୋଗ୍ୟ? ଇଏ କ’ଣ, ଏଇଟା ହିତାହିତ ଜ୍ଞାନ ବିବର୍ଜିତ ବୋଲି ଖଣ୍ଡପୀଠ କହିଛନ୍ତି।

ଏପ୍ରଯନ୍ତ ପ୍ରାୟ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସତ୍ୟପତ୍ର ଦାଖଲ କରି ନାହାନ୍ତି।ଶୁଣାଣି ବେଳେ ହରିୟାନାର ଓକିଲ ସେମାନଙ୍କର ସତ୍ୟପତ୍ର ଦାଖଲ କରିବ ବୋଲି କହିବାରୁ ଖଣ୍ଡପୀଠ କହିଲେ, ଯଦି ଆପଣ ସତ୍ୟପତ୍ର ଦାଖଲ କରି ନାହାନ୍ତି, ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଆପଣ ଆପଣଙ୍କ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ କେତେ ଦୂର ଦାୟିତ୍ୱବାନ। ଆପଣ ସମୟ ନିଅନ୍ତୁ ଏବଂ ରାଜ୍ୟର ମହିଳାମାନଙ୍କୁ କୁହନ୍ତୁ ସେମାନଙ୍କ ପ୍ରତି ଆପଣଙ୍କର କୌଣସି ତତ୍ତ୍ୱ ନାହିଁ।

ପଢନ୍ତୁ:

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ

Related posts

ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ବ୍ଲକ କଲା ପାକିସ୍ତାନ!

ENO Beuro

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ମୃତ

ENO Beuro

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ENO Beuro

2 comments

Leave a Comment