29.1 C
Bhubaneswar
June 13, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଟ୍ରାଏଲ କୋର୍ଟଙ୍କ ଡେଥ୍‌ ୱାରେଣ୍ଟ ଉପରେ ସ୍ଥଗିତାଦେଶକୁ ରଦ୍ଦ କରିବାକୁ ମନା କରିଥିଲେ । ସବୁ ଆଇନଗତ ପ୍ରକ୍ରିୟାର ସାହାଯ୍ୟ ନେବାକୁ ଦୋଷୀଙ୍କୁ ଆଉ ସାତ ଦିନ ସମୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର ।ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆବେଦନ କରି ଯୁକ୍ତି ବାଢିଛନ୍ତି, ଏହି ମାମଲାରେ ବର୍ତ୍ତମାନର ଆଇନରେ ଏକ ସଙ୍ଗେ ଫାଶୀ ଦେବା ନେଇ କୌଣସି ବାଧ୍ୟବାଧକତା ନାହିଁ। ଅନ୍ୟମାନଙ୍କର ଆଇନଗତ ପ୍ରକ୍ରିୟା ସରି ନଥିଲେ ମଧ୍ୟ ଯାହାର ସରିଛି ତାକୁ ଫାଶୀ ଦେବାରେ କୌଣସି ବାଧା ନାହିଁ।

ସେପଟେ ନୂଆ ଡେଥ୍‌ ଓ୍ଵାରେଣ୍ଟ ନେଇ ତିହାଲ ଜେଲ୍‌ କର୍ତ୍ତୃପକ୍ଷ କରିଥିବା ଆବେଦନର ଆଜି ଶୁଣାଣି ରହିଛି । ଡେଥ୍‌ ଓ୍ଵାରେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ ପାଇଁ ପାଇଁ ଟ୍ରାଏଲ କୋର୍ଟରେ ଆବେଦନ ହୋଇଛି । ଦୋଷୀମାନେ ରାଜକ୍ଷମା ଆବେଦନ କରିଥିବାରୁ ପ୍ରଥମେ ଜାନୁଆରୀ ୨୨ ଓ ଏହା ପରେ ଫେବ୍ରୁଆରୀ ୧କୁ ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିଥିଲା । ଏବେ ଦୋଷୀଙ୍କର କୌଣସି ଆବେଦନ ପେଣ୍ଡିଂ ନଥିବାରୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ଜେଲ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି ।

ପଢନ୍ତୁ: ରଙ୍ଗ୍‌ ରୁଟ୍‌ ଗାଡି ଚାଳନା ପଡ଼ିଲା ମହଙ୍ଗା

Related posts

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

Ratnamani Maharana

ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More