EnewsOdia.Com

ନିର୍ଭୟା ମାମଲାରେ ଆଜିି ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟର ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୁଇ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ  । ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ ଫାଶୀରୁ ବର୍ତ୍ତିବା ପାଇଁ ଏହି ଦୁଇ ଦୁଷ୍କର୍ମକାରୀ, ଦଣ୍ଡାଦେଶ ପରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲେ । ଏହା ରାୟ ରହିଛି ସମସ୍ତଙ୍କ ନଜର । ଆଜି ଏନେଇ ଜଷ୍ଟିସ୍ ଏନ୍ ଭି ରମଣା, ଅରୁଣ ମିଶ୍ର, ଆରଏଫ୍ ନରିମାନ୍, ଆର ଭାନୁମତୀ ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍ ପିଟିସନର ଶୁଣାଣି କରିବେ ।

ମିଳିଥିବା ସୂଚନାଅନୁସାରେ, ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍ ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏନେଇ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି । ସେପଟେ ପଟିଆଲା ହାଉସ କୋର୍ଟଙ୍କ ନିର୍ଦ୍ଦେଶ ପରେ ଫାଶୀ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଫାଶୀ ଦେବା ପାଇଁ ବେକ ମାପ ସହ ସେମାନଙ୍କ ଉଚ୍ଚତା ଓ ଓଜନ ମଧ୍ୟ ନିଆଯାଇଛି । ଆଉ ଏହି ମାପଚୁପ ଚାଲିଥିବା ବେଳେ ଚାରିଜଣଯାକ ଭୋ ଭୋ ହୋଇ କାନ୍ଦିପକାଇଥିବା ସୂଚନା ଦେଇଥିଲେ ଜେଲ କର୍ତ୍ତୁପକ୍ଷ । ଫାଶୀ କ୍ଷେତ୍ରରେ ଜଣେ ଦୋଷୀ ପାଇଁ ସୁପ୍ରିମକୋର୍ଟରେ ଶେଷ ସାହାରା ହେଉଛି କ୍ୟୁରେଟିଭ୍ ପିଟିସନ୍ ।

ପଢନ୍ତୁ: ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

ସମ୍ବନ୍ଧିତ ଖବର

୨୦୨୧ କୁମ୍ଭ ଶାହି ସ୍ନାନ ତାରିଖ ଘୋଷଣା

Ratnamani Maharana

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

Ratnamani Maharana

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

Ratnamani Maharana

ଆତ୍ମହତ୍ୟା କଲେ ଅଭିନେତା କୁଶଲ

Ratnamani Maharana