EnewsOdia.Com

କଟକ ବଡ଼ ମେଡ଼ିକାଲ ପାଇଁ ବଡ ପ୍ୟାକେଜ

ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହ ଏସସିବିକୁ ତୁଳନା କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାର ଡାକ୍ତରଙ୍କୁ ସେବା ପାଇଁ ଆକୃଷ୍ଟ କରିବା ପାଇଁ ହସ୍ପିଟାଲରେ ମନୋରଂଜନର ଉତ୍ତମ ପରିବେଶ ସୃଷ୍ଟି କରାଯିବ । ହଜାରେ କୋଟିର ନିବେଶ ଫଳରେ ହସ୍ପିଟାଲରେ ଏକ ବଡ଼ ପରିବର୍ତ୍ତନ ଆସିପାରିବ ଯେଉଁଥିପାଇଁ ରାଜ୍ୟ ବାହାରକୁ ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଏସସିବି ଦେଶର ୧୪ତମ ସ୍ଥାନରେ ରହିଛି । ଏହାକୁ ଶ୍ରେଷ୍ଠ ୩ ଚିକିତ୍ସାଳୟ ମଧ୍ୟରେ ସ୍ଥାନ ଦେବାକୁ ଆହ୍ନାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟକ୍ଷେତ୍ର ପରି ଓଡ଼ିଶାର ଚିକିତ୍ସାସେବାକୁ ମଧ୍ୟ ବିଶ୍ୱସ୍ତରୀୟ ମର୍ଯ୍ୟାଦା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଛନ୍ତି ।

ଆଜି ଭୋରୁ ଭୋରୁ ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ କଟକର ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀ ଓ ସଂପର୍କୀୟଙ୍କ ମତାମତ ନେଇଥିଲେ । ସେଠାରେ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ପାଣ୍ଡିଆନ୍। ଆଜି ଲୋକସେବା ଭବନରେ ସନ୍ଧ୍ୟାରେ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ଘୋଷଣା କରିଛନ୍ତି ।

ପଢନ୍ତୁ: ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

ସମ୍ବନ୍ଧିତ ଖବର

ବିମାନ ବନ୍ଦର ଭଳି ବସଷ୍ଟାଣ୍ଡ ଗୁଡିକରେ ନିର୍ମାଣ ହେବ ସପିଂ ମଲ ଓ ମଲଟି ଫ୍ଲେକ୍ସ

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

ମିଶନ୍ ଶକ୍ତି ମେଳାରେ ବୁଲି ସପିଂ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

Ratnamani Maharana