News

ଇଣ୍ଡିଆ ଟୁଡେ ସର୍ଭେ : ଦେଶରେ ୩୧ତମ ସ୍ଥାନରେ ଓଡ଼ିଶାର ଏସ୍‌ସିବି

scb medical

ଓଡିଶାର କଟକସ୍ଥିତ ଏସ୍‌ସିବି ହସ୍ପିଟାଲ ଦେଶର ଶହେ ଶ୍ରେଷ୍ଠ ମେଡିକାଲମଧ୍ୟରେ ସ୍ଥାନ ପାଇଛି । ଏହି ତାଲିକାର ୩୧ନମ୍ବର ସ୍ଥାନରେ ରହିଛି ଏସସିବି । ଇଣ୍ଡିଆ ଟୁଡେ ଗ୍ରୁପ୍ ତରଫରୁ ଉନ୍ନତ ଚିକିତ୍ସା ସେବା, ଡାକ୍ତରୀ ଶିକ୍ଷା ପ୍ରଦାନ, ଆବଶ୍ୟକ ଭିତ୍ତିଭୂମି ତଥା ଉପଲବ୍ଧ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପରେ ସର୍ଭେ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଦେଶର ୪ଶହ ମେଡିକାଲକୁ ସାମିଲ କରାଯାଇଥିଲା । ତେବେ ରାଜ୍ୟରୁ ଏକମାତ୍ର ଏସସିବି ମେଡିକାଲ କଲେଜ ଏହି ତାଲିକାରେ ସ୍ଥାନ ପାଇଛି।

ଏପ୍ରିଲ ମାସରେ ଇଣ୍ଡିଆ ଟୁଡେ ପକ୍ଷରୁ ଏସ୍‌ସିବି ମେଡିକାଲ୍‌କୁ କଲେଜ ଗତ ୧୦ ବର୍ଷର ତଥ୍ୟ ମଗାଯାଇଥିଲା। ସେଥିମଧ୍ୟରେ କଲେଜର ସିଟ୍‌ ସଂଖ୍ୟା, ଜାତୀୟ ପ୍ରବେଶିକା ପରୀକ୍ଷାରେ ଫଳାଫଳ, ଛାତ୍ରଛାତ୍ରୀଙ୍କ ସର୍ବାଧିକ ଓ ସର୍ବନିମ୍ନ ର‍୍ୟାଙ୍କ୍‌, ଭିତ୍ତିଭୂମି, ସୁଇମିଂ ପୁଲ, ଖେଳ ପଡ଼ିଆ, ଲାଇବ୍ରେରୀ, ଆଟେଣ୍ଡାନ୍ସ, ଶିକ୍ଷକମାନଙ୍କର ଦକ୍ଷତା, ବୈଜ୍ଞାନିକ ପ୍ରକାଶକ, ଆନ୍ତର୍ଜାତିକ ଏଜେନ୍ସି ଇତ୍ୟାଦି ସଂକ୍ରାନ୍ତରେ ତଥ୍ୟ ଲୋଡାଯାଇଥିଲା। ଏହାଉପରେ ୨୫ ପୃଷ୍ଠାର ତଥ୍ୟ ସମ୍ବଳିତ ତାଲିକା ଇଣ୍ଡିଆ ଟୁଡେକୁ ପ୍ରଦାନ କରାଯାଇଥିଲା। ସମସ୍ତ ମେଡିକାଲ୍‌ କଲେଜଗୁଡ଼ିକୁ ବିଚାର କରାଯାଇ ଏସ୍‌ସିବିକୁ ୩୧ତମ ର‍୍ୟାଙ୍କ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,ଏହି ର‍୍ୟାଙ୍କ ପାଇଁ ମେଡିକାଲ୍‌ର ସମସ୍ତ କର୍ମଚାରୀ, ଡାକ୍ତର ଓ ପ୍ରତ୍ୟେକ ଶୁଭେଚ୍ଛୁଙ୍କୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏସ୍‌ସିବି ଭଳି ସରକାରୀ ମେଡିକାଲ୍‌ କଲେଜକୁ ଓଡ଼ିଶାରେ ଶ୍ରେଷ୍ଠ ଭାବେ ପୁଣି ପ୍ରମାଣିତ ହୋଇଛି।

ପଢନ୍ତୁ;ରାତିରେ ଶୋଇବା ସମୟରେ ମୁଁଣ୍ଡ ପାଖରେ ରଖନ୍ତୁନାହିଁ ଏହି ୫ଟି ବସ୍ତୁ ହୋଇପାରେ ଅଶୁଭ 

Related posts

ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ

ENO Beuro

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ENO Beuro

ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ

ENO Beuro

1 comment

Leave a Comment