News

ଘରେ ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା ପୁରସ୍କାର: ଅକ୍ସି ହେଲ୍‌ଥ୍ କେୟାର

By Krishna Kumar Manoj

November 16, 2017

ଅକ୍ସି ହେଲ୍‌ଥ୍ କେୟାର କମ୍ପାନୀ, ଭାରତର ଝିଅମାନଙ୍କୁ ଏକ ସୁସ୍ଥ ପରିବେଶ ଦେବା ଓ ସେମାନଙ୍କ ସ୍ଵପ୍ନ ସାକାର କରିବାକୁ ଆଖି ଆଗରେ ରଖି ଗାର୍ଲ ଡେଭଲପମେଣ୍ଟ  ନାମକ ଏକ ନୂତନ ପ୍ରୋଗ୍ରାମ ଆରମ୍ଭ କରିଛି । ଯେଉଁ ପ୍ରୋଗ୍ରାମ ମୁତାବକ ଘରେ ଝିଅ ଜନ୍ମ ହେଲେ ୧୧ ହଜାର ଟଙ୍କା ରାଶି ପୁରସ୍କାର ଆକାରରେ ମିଳିବ ।

ଏହି ପ୍ରୋଗ୍ରାମରେ ସାମିଲ ହେବା ପାଇଁ ମହିଳାଙ୍କୁ ଗର୍ଭାବସ୍ଥାରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହି ରେଜିଷ୍ଟ୍ରେସନ ଆପଣ ବିନା ଶୁଳ୍କରେ ଅକ୍ସିର ମୋବାଇଲ ଆପ୍‌ ଡାଉନଲୋଡ୍‌ କରି କରିପାରିବେ । ଝିଅ ଜନ୍ମ ପାରେ ଏହି ଟଙ୍କା ଫିକ୍ସ ଡିପୋଜିଟ୍ ଆକାରରେ ଦିଆଯିବ। ବ୍ୟାଙ୍କରେ ଜମା ଥିବା ଏହି ଟଙ୍କା ଝିଅକୁ ୧୮ ବର୍ଷ ହେବା ପରେ ଉଠାଯାଇପାରିବ। ଫିକ୍ସ ଡିପୋଜିଟର ଏହି ଟଙ୍କା ଝିଅକୁ ୧୮ ବର୍ଷ ହେବା ପରେ ସୁଧ ସହ ମିଳିବ।

‘ଅକ୍ସି’ ହେଲ୍‌ଥ୍ କେୟାର କ୍ଷେତ୍ରରେ କାମ କରୁଥିବା ଦେଶର ଏକ ପ୍ରମୁଖ କମ୍ପାନୀ। ଏହି ଘୋଷଣା ଅକ୍ସି ହେଲ୍‌ଥ୍ କେୟାର କମ୍ପାନୀର ଫାଉଣ୍ଡର ଶୀତଲ କପୁର, କମ୍ପାନୀ ଦ୍ୱାରା ରିଓ ଅଲିମ୍ପିକରେ ଭାରତୀୟ ମହିଳା ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନକୁ ଦେଖି କରିଥିଲେ । ଶୀତଲ କପୁର କହିଛନ୍ତି, ‘ଅକ୍ସିର ଲକ୍ଷ୍ୟ ହେଉଛି ଭାରତର ଝିଅମାନଙ୍କୁ ଏକ ସୁସ୍ଥ ପରିବେଶ ଦେବା, ଯାହାଦ୍ୱାରା ସେମାନେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଆଣିବାର ସ୍ୱପ୍ନ ଦେଖିପାରିବେ।’

ପଢନ୍ତୁ, ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି