• Home
  • News
  • ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ
News

ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ

ପିଲାମାନଙ୍କ ପାଠ ପଢ଼ିବା ସକାଶେ ଏହି ସ୍କଲାରସିପ ଉଦ୍ଦିଷ୍ଟ

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ ୧୯ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ (ଏସଡିଏଫ୍) ଦ୍ୱାରା  ୨୬୫ ଜଣ ପିଲାଙ୍କ ଆକାଉଣ୍ଟକୁ ଡିଜିଟାଲ ପ୍ରକ୍ରିୟାରେ ଟ୍ରାନ୍ସଫର କରାଯାଇଛି । ଏସଡିଏଫର ଏହି ଉଦ୍ୟମ ସହିଦ୍ ଯବାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ସନ୍ତାନମାନଙ୍କ ଭବିଷ୍ୟତକୁ ଗଢ଼ିବା । ଏସଡିଏଫ୍ ଏହି ପିଲାମାନଙ୍କୁ କେବଳ ସ୍କଲାରସିପ୍ ଦେଉନି ବରଂ ସେମାନଙ୍କୁ ଦିଗଦର୍ଶନ ଦେବା ସହ ସେମାନଙ୍କୁ ପ୍ରାୟୋଜନ କରୁଛି।

ସହିଦ୍ ଯବାନମାନଙ୍କ ପିଲାଙ୍କୁ ସ୍କଲାରସିପ୍ ଦେବା କାର୍ଯ୍ୟ  ୨୦୧୬ରେ ଏସଡିଏଫ୍ ଆରମ୍ଭ କରିଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କୁ ବାର୍ଷିକ ୬ହଜାର ଟଙ୍କା ସ୍କଲାରସିପ୍ ଦିଆଯାଉଥିବା ବେଳେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 9 ହଜାର ଟଙ୍କା ଏବଂ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବାର୍ଷିକ ୯ ହଜାର ଟଙ୍କା ସ୍କଲାରସିପ୍ ଦିଆଯାଉଛି।

rajnath [object object] ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ rajnath

ବିଦ୍ୟା ରକ୍ଷକ ଓ ବିଦ୍ୟା ଧନ ନାମରେ ଦୁଇଟି ଯୋଜନା ଫାଉଣ୍ଡେସନ ଦ୍ୱାରା ଚାଲୁ ରହିଛି । ବିଦ୍ୟା ରକ୍ଷକ ଯୋଜନାରେ ପିଲାମାନଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସହାୟତା ମିଳିପାରୁଛି । ବିଦ୍ୟା ଧନ ଯୋଜନାରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ଦିଆଯାଉଛି । ଆଜି ପର୍ଯ୍ୟନ୍ତ ମୋଟ ୧୫୦୦ ପିଲାଙ୍କୁ ଫାଉଣ୍ଡେସନ ପକ୍ଷରୁ ସହାୟତା ଦିଆଗଲାଣି।

ଉଦବୋଧନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏଭଳି ଗୁରୁଦାୟିତ୍ୱ ସମ୍ପନ୍ନ କରୁଥିବାରୁ ଏସଡିଏଫର ମ୍ୟାନେଜିଂ ଟ୍ରଷ୍ଟି ଏସ.ଡି. ଶିବୁଲାଲଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ ଯେ, ଅର୍ଦ୍ଧ ସାମରିକ ବଳର ସହିଦ୍ ଯବାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ସଂସ୍ଥା ଏହି ମହତ କାର୍ଯ୍ୟ କରୁଛି । ଏହାଦ୍ୱାରା ସଂସ୍ଥା ତାର ସାମାଜିକ ଦାୟିତ୍ୱବଦ୍ଧତାର ପରିଚୟ ଦେଉଛି । ପିଲାମାନଙ୍କୁ ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଉତ୍ତମ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଥିଲେ । ଦେଶର ନିରାପତ୍ତା ଓ ଗୌରବ ପାଇଁ ବଳିଦାନ ଦେଉଥିବା ଯବାନମାନଙ୍କ ପରିବାର ସକାଶେ ଏହା ଏକ ସମ୍ମାନ ବୋଲି ସେ କହିଥିଲେ।

ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସିଏପିଏଫର ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମତୀ କୁମାରୀ ଶିବୁଲାଲ ଏବଂ ଯବାନମାନଙ୍କ ପରିବାରମାନେ ଉପସ୍ଥିତ ଥିଲେ।

ପଢନ୍ତୁ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

Related posts

ଉପଗ୍ରହ “ଆଇଆରଏନଏସଏସ-୧ଏଚ” କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

Krishna Kumar Manoj

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ ଦୁଇ ପ୍ରତିଶତ ବୃଦ୍ଧି

Krishna Kumar Manoj

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More