News

ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି

By ENO Beuro

September 07, 2018

ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ଗୋଟିଏ ଦିନ ଜିଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଓ କଟକରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବାବେଳେ ଆଜି କେନ୍ଦ୍ରାପଡ଼ା ଓ ସୁନ୍ଦରଗଡରେ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

କେନ୍ଦ୍ରାପଡା ଜିଲ୍ଲାର ଓପନ ସ୍କୁଲ ପରୀକ୍ଷା କେନ୍ଦ୍ର ଗୁଡିକ ଖୋଲା ରହିବା ନେଇ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସୁରକ୍ଷା ଦୃଷ୍ଟିରୁ ଆଜି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଅବପାତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ। ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ପୂର୍ବ ରାଜସ୍ଥାନଠାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ମନ୍‌ସୁନ୍‌ ଟ୍ରପ୍‌ ସୃଷ୍ଟି ହୋଇଛି। ତେଣୁ ବର୍ଷା କିଛି ସ୍ଥାନରେ ଲାଗି ରହିବ। ଆସନ୍ତାକାଲି ପରେ ବର୍ଷା କମିବ। ୯ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ପଢନ୍ତୁ;ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର