EnewsOdia.Com

ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପ ଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ଆଜି ଓ ଆସନ୍ତାକାଲି ୯ ଜିଲ୍ଲାର ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି।

ଆଜି ଓ ଆସନ୍ତା କାଲି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୩ ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି। ତେବେ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା।   ସେହିପରି ଆସନ୍ତାକାଲି ଆଉ ୫ ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ରହିବ। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ।

ପଢନ୍ତୁ: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଓଡ଼ିଆ ଯବାନ

ସମ୍ବନ୍ଧିତ ଖବର

ଆଜି ବି ଏହି ସବୁ ଜିଲ୍ଲାରେ ବର୍ଷା

Ratnamani Maharana

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

Ratnamani Maharana

ଫାଶୀ ଖବର ଶୁଣି ଭୟଭୀତ ହୋଇପଡ଼ିଛନ୍ତି ୪ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Ratnamani Maharana

କରୋନା ପାଇଁ ସପ୍ତାହେ ହେଲାଣି ନିଜ ମୁହଁ ଛୁଇଁ ନାହାନ୍ତି ଟ୍ରମ୍ପ

Ratnamani Maharana

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana