EnewsOdia.Com

‘ବୁଲବୁଲ’ ପାଇଁ ବଢ଼ିଲା ସ୍କୁଲ ଛୁଟି ଅବଧି

ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି | ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି | ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ | ସେହିପରି ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ତେବେ ‘ବୁଲବୁଲ’ର ପ୍ରଭାବ ଆରମ୍ଭ ହୋଇସାରିଛି |

ଭଦ୍ରକରେ ଦିନ ୧୧ଟାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଚାନ୍ଦବାଲି, ଧାମରା, ଧାମନଗର, ଭଣ୍ଡାରପୋଖରୀକୁ ନଜରରେ ରଖାଯାଇଛି |ସେହିପରି କେନ୍ଦ୍ରାପଡାରେ ସକାଳ ୧୦ଟାରୁ ଝିପିଝିପି ବର୍ଷା ହେଉଥିବାବେଳେ ହାଲକା ପବନ ବୋହୁଛି | କୌଣସି ଲୋକଙ୍କୁ ସ୍ଥାନାନ୍ତର କରାଯାଇନଥିଲେ ବି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି | ଜିଲ୍ଲାର ଅଧିକାରୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱ ଦିଆଯାଇଛି | ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଛୁଟି ବାତିଲ କରାଯାଇଥିବେଳେ ଆବଶ୍ୟକ ହେଲେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଜଗତସିଂହପୁରରେ ମଧ୍ୟ ତିନିଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି | ପ୍ରଥମେ ୨ ଦିନ ଛୁଟି ଘୋଷଣା କରାଯାଇଥିଲେ ବି ଅରେଞ୍ଜ୍ ୱାର୍ଣ୍ଣିଂ ଘୋଷଣା ପରେ ଆଉ ଗୋଟିଏ ଦିନ ଛୁଟି ବଢ଼ାଇ ଦିଆଯାଇଛି | ସମୁଦ୍ର ମଧ୍ୟକୁ ନଯିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିବାବେଳେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି |

ପଢନ୍ତୁ: ସମୁଦ୍ରରେ ଫସିରହିଛି ୫୦ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ, ବୁଲବୁଲ ଯିବା ପର୍ଯ୍ୟନ୍ତ ଧାମରାରେ ନେବେ ଆଶ୍ରୟ

ସମ୍ବନ୍ଧିତ ଖବର

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ratnamani Maharana

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana