Loading...

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ୧୦ ତାରିଖ ପରେ କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଗୁଡ଼ିକ ଖୋଲା ରହିବ। ଏନେଇ ଏସ୍ଆ‌ରସି ଏକ ଗାଇଡଲାଇନ ଜାରି କରିଛନ୍ତି । ତେବେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ ହୋଇଯିବା ପରେ ପିଲାଙ୍କ କ୍ଲାସ ପାଇଁ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ କ୍ଲାସ ବ୍ୟବସ୍ଥା କରିବେ। ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ସମସ୍ତ ଶିକ୍ଷାନୁୁଷ୍ଠାନ ଖୋଲା ରହିବ।ଚାଲୁ ରହିଥିବା ସବୁ ଅଫଲାଇନ୍ ପରୀକ୍ଷା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। କଲେଜ, ୟୁନିଭର୍ସିଟିର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ। ଅଫଲାଇନ୍‌ରେ ଚାଲୁଥିବା ସମସ୍ତ କୋଚିଂ ବନ୍ଦ, ଅନଲାଇନ୍‌ରେ ଚାଲିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.