News

ଶେଷ ହେଲା ଗ୍ରୀଷ୍ମ ଛୁଟି,ଖୋଲିଲା ସ୍କୁଲ

By Krishna Kumar Manoj

June 26, 2018

ଆଜି ଖୋଲିଲା ସ୍କୁଲ

ସରିଲା ଗ୍ରୀଷ୍ମ ଛୁଟି। ଦୀର୍ଘ ଦୁଇ ମାସ ପରେ ଆଜି ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ସରକାର ଛୁଟି ଅବଧିକୁ ଗତକାଲି ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ବୃଦ୍ଧି କରିଥିବାବେଳେ ଆଜିଠାରୁ ସ୍କୁଲ ଖୋଲିଥିବା ଦେଖାଯାଇଛି। ପୂର୍ବରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ ପରେ ଏହାକୁ ଜୁନ୍ ୨୧ ଯାଏଁ ବଢାଯାଇଥିଲା।କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପୁଣିଥରେ ଜୁନ୍ ୨୫ ଯାଏଁ ଖରାଛୁଟିକୁ ବଢ଼ାଇଥିଲେ ରାଜ୍ୟ ସରକାର। ତେବେ ସ୍କୁଲ ଖୋଲିବା ପରେ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେଫ୍ଟି ଗାଇଡଲାଇନ୍ ପାଳନ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ,ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସୁଥିବାବେଳେ କେତେକ ସ୍ଥାନରେ ମୌସୁମୀ ବର୍ଷାର ଛିଟାରେ ଓଦା ହୋଇଥିବା ଦେଖାଯାଇଛି । ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇ ବର୍ଷାର ପହିଲି ସ୍ପର୍ଶରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନୂଆ ଶିକ୍ଷାବର୍ଷକୁ ସ୍ୱାଗତ କରିଛନ୍ତି।

ପଢନ୍ତୁ;ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ