Loading...

ଗ୍ରୀଷ୍ମ ଛୁଟିରେ ବି ରୋଷ୍ଟର ଡ୍ୟୁଟି କରିବେ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ

ଗ୍ରୀଷ୍ମ ଛୁଟିରେ ବି ରୋଷ୍ଟର ଡ୍ୟୁଟି କରିବେ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛୁଟିରେ ରହିପାରିବେନାହି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଥିଲାବେଳେ ନିୟମିତଭାବେ ସ୍କୁଲ ଆସିବେ ଶିକ୍ଷକ ଓ ଶିକ୍ଷୟତ୍ରୀ।

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛୁଟିରେ ରହିପାରିବେନାହି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଥିଲାବେଳେ ନିୟମିତଭାବେ ସ୍କୁଲ ଆସିବେ ଶିକ୍ଷକ ଓ ଶିକ୍ଷୟତ୍ରୀ। ମେ’ ୪ ପରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।ମାଧ୍ୟାହ୍ନ ଭୋଜନ ରୋଷେୟା ଓ ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ। ନାମଲେଖା, ବିନିଯୋଗ ପ୍ରମାଣପତ୍ର(ୟୁସି), ଟାଇମ୍‌ଟେବୁଲ୍‌ ସମେତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯିବନାହିଁ। ଏହି ସମୟ ମଧ୍ୟରେ ମାଧ୍ୟାହ୍ନ ଭୋଜନର ମହଜୁଦ, ସ୍ବଚ୍ଛତା, ଗ୍ୟାସ୍‌, କିଚେନ୍‌ ସେଡ୍‌, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ। ଗ୍ରୀଷ୍ମ ପ୍ରବାହ ଲାଗି ହେଲ୍ପଡେସ୍କରେ ଗୋଟିଏ ଏସି ଲଗାଯାଇପାରିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.