Loading...

୧୪ ନୁହେଁ ୨୮ରୁ ସ୍କୁଲ ଆସିବେ ପିଲା

୧୪ ନୁହେଁ ୨୮ରୁ ସ୍କୁଲ ଆସିବେ ପିଲା

ଫେବ୍ରୁଆରୀ ୨୮ରୁ ସ୍କୁଲରେ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫେବ୍ରୁଆରୀ ୧୪ରେ କିନ୍ତୁ ଖୋଲିବ ସ୍କୁଲ ।

ଘୁଞ୍ଚିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଆସିବା ତାରିଖ। ଆସନ୍ତା ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସରୁମା ପାଠପଢ଼ା ନେଇ ଘୋଷଣା ହୋଇଥିଲା ।ପୂର୍ବ ଘୋଷଣା ଅନୁସାରେ, ୧୪ ତାରିଖରୁ ସ୍କୁଲ ଖୋଲିବ କିନ୍ତୁ  ପିଲାମାନେ ୨୮ ତାରିରୁ ପଢ଼ିବାକୁ ଆସିବେ । ୧୪ରୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ । ପୂର୍ବଭଳି ଅନଲାଇନ୍‌ କ୍ଲାସ ଜାରି ରହିବ ।

 

 

ସୂଚନାନୁଯାୟୀ, ଫେବ୍ରୁଆରୀ ୨୮ରୁ ସ୍କୁଲରେ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଫେବ୍ରୁଆରୀ ୧୪ରେ କିନ୍ତୁ ଖୋଲିବ ସ୍କୁଲ । ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ,କର୍ମଚାରୀମାନେ ଆସିବେ ଓ  ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି କରିଛନ୍ତି । ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାର ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.