News

ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧାର ସମସ୍ତ ସ୍କୁଲ କଲେଜ ଛୁଟି

ପ୍ରବଳ ବର୍ଷାରେ ଟ୍ଵିନସିଟିର ହାଲ୍ ବେହାଲ୍। ଚାରିଆଡ଼େ ଖାଲି ପାଣି ଆଉ ପାଣି। ବାଦାମବାଡ଼ି ବସଷ୍ଟାଣ୍ଟ ପରିସରରେ ପାଣି ଜମି ରହିଛି । ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି ରାସ୍ତାରେ ପ୍ରବାହିତ ହେଉଛି । ଫଳରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗତକାଲି ରାତିରୁ ବର୍ଷା ଅନବରତ ବର୍ଷିବାରେ ଲାଗିଛି। ଫଳରେ ଆଜି ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ବର୍ଷା କମୁ ନଥିବାରୁ କଟକ ଜିଲା ପ୍ରଶାସନ ଓ ଖୋର୍ଦ୍ଧାର ଜିଲାପାଳ ନିର୍ମଳ ମିଶ୍ର ଏହି ଛୁଟି ଘୋଷଣା କରିଛନ୍ତି। କଟକର ବିଭିନ୍ନ ସ୍ଥାନରେ ଜମିଥିବା ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ୧୯୦ଟି ପମ୍ପ୍ ର ବ୍ୟବସ୍ଥା କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ଉପକୁଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ଫଳରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। ପାଣିରେ ଉବୁଟୁବୁ ହୋଇପଡ଼ିଛି ସ୍ମାର୍ଟସିଟି ଭୁବନେଶ୍ୱର। ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ, ଭିଏସଏସ ନଗର, ବରମୁଣ୍ଡା ଆଦି ଅଂଚଳ ସହିତ ଅଧିକାଂଶ ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ପଢନ୍ତୁ;ସର୍ବଭାରତୀୟ ପରିବହନ ଧର୍ମଘଟ ଡାକରା: ଆଜି ଗଡିବନି ଅଟୋ,ଟ୍ୟାକ୍ସି

Related posts

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ENO Beuro

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

ENO Beuro

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More