News

ସ୍କୁଲ୍ ବାହାରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ପାଇଁ ବିକ୍ଷୋଭ କରୁଛନ୍ତି କୁନି ପିଲା

Untitled 1

ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ବିକ୍ଷୋଭ କରୁଛନ୍ତି କୁନି କୁନି ପିଲା । ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିନଥିବା ଯୋଗୁ ଏପରି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି ସ୍ଥିତ ୟୁପି ସ୍କୁଲରେ। ସ୍କୁଲ୍‌ର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ  ଦେବାକୁ ସ୍ଲୋଗାନ ଦେଇଛନ୍ତି।

ଅଭିଯୋଗ ଅନୁସାରେ ଗତ ମାସକ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଦିଆଯାଇଛି। ଯାହାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଘଟଣା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୃତି ମିଳିବା ପରେ ଧାରଣା ହଟିଥିଲା।

ପଢନ୍ତୁ: ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ

Related posts

Illegal Sand Transport To Uttar Pradesh, Railway Police Has Arrested Two Accused

ENO Beuro

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ENO Beuro

ବ୍ରିଜ୍ ତଳେ ପଡିଛି ପୁଳା ପୁଳା ଔଷଧ

ENO Beuro

2 comments

କାଳିଆ ଯୋଜନାରେ କେ​ଳେଙ୍କାରୀ; ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ August 22, 2019 at 4:44 pm

[…] ସ୍କୁଲ୍ ବାହାରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ… […]

ସିବିଆଇ ରିମାଣ୍ଡରେ ଚିଦାମ୍ବରମ : ୨୬ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି August 23, 2019 at 12:02 pm

[…] ସ୍କୁଲ୍ ବାହାରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ… […]

Leave a Comment