News

କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

By ENO Beuro

August 20, 2018

କେନାଲକୁ ଓଲିଟିପଡିଲା ସ୍କୁଲ ଭ୍ୟାନ୍। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଲକ୍ଷ୍ମୀନାରାୟଣପୁର ଗାଁ ନିକଟରେ ଏକ ଘରୋଇ ସ୍କୁଲ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ଗାଡିଟି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ତେବେ ଅଳ୍ପକେ ବର୍ତ୍ତିଛନ୍ତି ୧୫ଜଣ ସ୍କୁଲ ପିଲା।

ଉଲ୍ଲେଖଯୋଗ୍ୟ ଯେ,ସେଣ୍ଟ ଜାଭିୟର ସ୍କୁଲର ୧୫ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ ଆଜି ସକାଳେ ସ୍କୁଲକୁ ଯାଉଥିବାବେଳେ ହଠାତ କେନାଲ ରୋଡରେ ଭାରସାମ୍ୟ ହରାଇ ଲକ୍ଷ୍ମୀନାରାୟଣପୁର ନିକଟରେ କେନାଲକୁ ଓଲଟି ପଡ଼ିଥିଲା । ଏନେଇ ସୂଚନାପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

 

ପଢନ୍ତୁ;ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ