Loading...

ଅଷ୍ଟମ ମହାଦ୍ୱୀପର ନାଁ "ଜେଲାଣ୍ଡିଆ"

ଅଷ୍ଟମ ମହାଦ୍ୱୀପର ନାଁ "ଜେଲାଣ୍ଡିଆ"

ବିଶ୍ୱକୁ ମିଳିଲା ଅଷ୍ଟମ ମହାଦ୍ୱୀପ । ଦୀର୍ଘ ୩୭୫ ବର୍ଷ ପରେ ଏକ ବଡ଼ ସଫଳତା ପାଇଛନ୍ତି ଭୂବିଜ୍ଞାନୀ। ପୃଥିବୀର ‘ଅଷ୍ଟମ ମହାଦେଶ’ ବାହାର କରିଛନ୍ତି ବୈଜ୍ଞାନିକ।

ବିଶ୍ୱକୁ ମିଳିଲା ଅଷ୍ଟମ ମହାଦ୍ୱୀପ । ଦୀର୍ଘ ୩୭୫ ବର୍ଷ ପରେ ଏକ ବଡ଼ ସଫଳତା ପାଇଛନ୍ତି ଭୂବିଜ୍ଞାନୀ। ପୃଥିବୀର ‘ଅଷ୍ଟମ ମହାଦେଶ’ ବାହାର କରିଛନ୍ତି ବୈଜ୍ଞାନିକ। ଭୂ ବୈଜ୍ଞାନିକଙ୍କ ଏକ ଟିମ୍‌ ସମୁଦ୍ରର ୨ କିଲୋମିଟର ତଳେ ଏହି ମହାଦ୍ୱୀପର ସନ୍ଧାନ କରିଛନ୍ତି । ଆଉ ଏହି ମହାଦ୍ୱୀପର ନାମ ଦିଆଯାଇଛି "ଜେଲାଣ୍ଡିଆ" । ୪.୯ ନିୟୁତ ବର୍ଗ କିଲୋମିଟରର ଏହି ବିଶାଳ ମହାଦ୍ୱୀପକୁ ଯିବା କିନ୍ତୁ ମଣିଷଙ୍କ ପାଇଁ ସମ୍ଭବ ନୁହେଁ । କାରଣ ଏହାର ୯୪ ପ୍ରତିଶତ ଅଞ୍ଚଳ ପାଣି ମଧ୍ୟରେ ରହିଛି । ଏହାର ସନ୍ଧାନ ପରେ ବିଶ୍ୱରେ ମହାଦ୍ୱୀପର ସଂଖ୍ୟା ୮କୁ ବୃଦ୍ଧି ପାଇଛି । ବୈଜ୍ଞାନକଙ୍କ ଅନୁସାରେ "ଜେଲାଣ୍ଡିଆ" ମହାଦ୍ୱୀପ ପାଖାପାଖି ୫୫୦ ନିୟୁତ ବର୍ଷ ପୂର୍ବେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା । ତେବେ ଏହା କିପରି ପୃଥକ ହୋଇ ସମୁଦ୍ର ଗର୍ଭରେ ଲିନ ହେଲା ସେନେଇ ତଦନ୍ତ କରୁଛନ୍ତି ବୈଜ୍ଞାନିକ ।

ସୂଚନାନୁସାରେ, ୧୬୪୨ରେ ପ୍ରଥମ ଥର ପାଇଁ ଜିଲାଣ୍ଡିଆ ମହାଦେଶ ବାବଦରେ ସୂଚନା ମିଳିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ୪୦୦ ବର୍ଷ ଧରି ବୈଜ୍ଞାନିକମାନେ ଜିଲାଣ୍ଡିଆ ସମ୍ପର୍କରେ ଜାଣିବା ପାଇଁ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.