26 C
Bhubaneswar
October 1, 2020
EnewsOdia.Com
ଦେଶ ବିଦେଶ ରାଜନୀତି

ବିଜେପିରେ ମିଶିବାର ୩ ଘଣ୍ଟାରେ ରାଜ୍ୟସଭା ଟିକେଟ ପାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବିଜେପିରେ ମିଶିବାର ୩ ଘଣ୍ଟା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ । କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ଜୋତିରାଦିତ୍ୟଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି । ଏହା ସହ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ରାଜ୍ୟ ସଭା ଟିକେଟ ଦେଇଛି ବିଜେପି । ମଧ୍ୟପ୍ରଦେଶ ୩ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ସୂଚନାଯୋଗ୍ୟ, ଗତକାଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତାଫା ଦେଇଥିଲେ । ଏହାସହିତ କଂଗ୍ରେସର ୨୨ ଜଣ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ଯାହା କଂଗ୍ରେସକୁ ବଡ ଝଟକା ଦେଇଥିଲା ।ବିଜେପିରେ ସାମିଲ ହେବାପରେ ସାମ୍ବାଦିକ ସମ୍ମିଳନୀରେ ସିନ୍ଧିଆ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ବିଜେପି ପରିବାରରେ ସାମିଲ କରିଥିବାରୁ ସେ କୃତଜ୍ଞ। କଂଗ୍ରେସ ଦଳ ଛାଡ଼ିବା ସଂପର୍କରେ ସେ କହିଥିଲେ ଯେ ଯେଉଁ କଂଗ୍ରେସ ପାର୍ଟି ପ୍ରଥମେ ଥିଲା ଏବେ ଆଉ ତାହା ନାହିଁ। ଏହି ଦଳରେ ଏବେ ବାସ୍ତବିକତାକୁ ଗ୍ରହଣ କରାଯାଉ ନାହିଁ କି ‌ନୂଆ ନେତୃତ୍ବ ଏବଂ ବିଚାରଧାରାକୁ କୌଣସି ମାନ୍ୟତା ମିଳୁନାହିଁ।

ପଢନ୍ତୁ:  ‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Related posts

୨୦୨୦ରେ ଓଡିଶାରେ ବର୍ଷିବ ନିଆଁ

Ratnamani Maharana

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

Ratnamani Maharana

କରୋନା କବଳରେ ଭାରତର ୪୦ ନାଗରିକ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More