News

ସ୍କର୍ପିଓ ଧକ୍କାରେ ମହିଳାଙ୍କ ମୃତ୍ୟୁ

car

ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ନାକା ଗେଟ୍ ନିକଟରେ ସଡକ ଦୁର୍ଘଟଣା ହୋଇଛି । ସ୍କର୍ପିଓ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

car

ତ୍ତ୍ୟକ୍ତ ଲୋକେ କ୍ଷତିପୁରଣ ଦାବିରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ ଦୁର୍ଘଟଣା ଘଟାଇବା ପରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଗାଡ଼ିର ଡ୍ରାଇଭର ଓ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଅନ୍ୟପଟେ, ଗାଡ଼ିଟି କାହାର? ଗାଡ଼ିର ମାଲିକ କିଏ? ଏସବୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ ବରା’,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ପିସି ଘୋଷ

ENO Beuro

ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ENO Beuro

ଭାରତ ପୁଣି କରିପାରେ ପାକିସ୍ତାନ ଉପରେ ଆକ୍ରମଣ: ପାକିସ୍ତାନ ଏବେ ଭୟରେ

Ratnamani Moharana

Leave a Comment