Loading...

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ

ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନୂଆଦିଲ୍ଲୀସ୍ଥିତ ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ଏହାକୁ ନିର୍ମାଣ କରିବେ।

ଇଣ୍ଡିଆ ଗେଟ୍‌ରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟ୍‌ ପରେ ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନୂଆଦିଲ୍ଲୀସ୍ଥିତ ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ଏହାକୁ ନିର୍ମାଣ କରିବେ।ଶ୍ରୀ ଗଡ଼ନାୟକ କହିଛନ୍ତି, ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଦିଲ୍ଲୀରେ ଆରମ୍ଭ ହୋଇସାରିଛି। ଗତ ତିନି ମାସ ତଳୁ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କରେ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଆଜି ଠାରୁ ଏହାର କ୍ରିୟାନ୍ବୟନ କରାଯାଉଛି। ନେତାଜୀଙ୍କ ପ୍ରତିମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମାଣ ହେବ। ଏହାର ଉଚ୍ଚତା ୨୮ ଫୁଟ ରହିବ। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩୦ ଶିଳ୍ପୀ ନିୟୋଜିତ ହେବେ। ଦକ୍ଷିଣ ଭାରତର ଅଧିକାଂଶ ଶିଳ୍ପୀଙ୍କୁ ଏଥିରେ ସାମିଲ କରାଯିବ।

ଶ୍ରୀ ଗଡ଼ନାୟକଙ୍କ ସୂଚନା ହେଲା, ଚଳିତ ବର୍ଷ ଅଗଷ୍ଟ ୧୫ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସରିବ। ଆସନ୍ତା ସ୍ବାଧୀନତା ଦିବସରେ ଏହାକୁ ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବାର ଯୋଜନା ରହିଛି। ଦିଲ୍ଲୀ ରାଜଘାଟରେ ଦାଣ୍ଡି ଯାତ୍ରା ସ୍ମାରକୀ, ସ୍କଟଲ୍ୟାଣ୍ଡରେ ଆତ୍ମା, ଡେନମାର୍କରେ ପ୍ରାର୍ଥନା ଓ ଶ୍ରୀଲଙ୍କାରେ ଇମ୍ପ୍ରେସନ୍‌ ଆଦି ସ୍ଥାପତ୍ୟ ସ୍ବନାମଧନ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଗଡ଼ନାୟକଙ୍କ ଅନବଦ୍ୟ ସୃଷ୍ଟି। ଏହି ତାଲିକାରେ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ସାମିଲ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.