POLITICALS

କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ନିରବ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଓ ତାଙ୍କ ସମର୍ଥକଙ୍କ ଉପରେ ଗତକାଲି ସନ୍ଧ୍ୟାରେ ଆକ୍ରମଣ  ହୋଇଥିଲା।  ନିର୍ବାଚନ ପ୍ରଚାରବେଳେ ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି।  ଆକ୍ରମଣରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ  ଆହତ ହୋଇଥିଲେ | ଆହତଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଘଟଣାକୁ ନେଇ ନିରଞ୍ଜନ ଓ ବଦ୍ରି  ପରସ୍ପର ଉପରକୁ ଦୋଷ ଲଦାଲଦି ହୋଇଥିଲେ |

କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରେ କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି କଂଗ୍ରେସ କର୍ମୀ ମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିରବ ଧାରଣା  ଦେଇଛନ୍ତି | କଂଗ୍ରେସ କର୍ମୀମାନେ ମୁହଁରେ କଲା ପଟ୍ଟୀ ବାନ୍ଧି ଗତକାଲି ଘଟିଥିବା ହିଂସା ଘଟଣାରେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଦାବି କରିଛନ୍ତି |

ପଢନ୍ତୁ: ବୋମା ମାଡ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତଙ୍କୁ ଦେଖା କରିବାକୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Related posts

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

ଆପଣଙ୍କର ଗୋଟିଏ ଭୁଲ ଭୋଟ୍‌ ଆପଣଙ୍କୁ ଚା’ବାଲା, ପକୁଡ଼ିବାଲା ବା ଚୌକିଦାର କରିପାରେ: ନବଜୋତ୍‌ ସିଂହ ସିଦ୍ଧୁ

Ratnamani Moharana

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro

1 comment

Leave a Comment