EnewsOdia.Com

ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ବେଳାଭୂମି ଏକ ନିଆରା ପର୍ଯ୍ୟଟନସ୍ଥଳୀ। ଆଜି ସୁନାପୁର ବେଳାଭୂମି ମହୋତ୍ସବ ଉଦଘାଟନ ପର୍ବର କିଛି ଘଣ୍ଟା ପୂର୍ବରୁ ଏକ ବିରଳ ସାମୁଦ୍ରିକ ବୃକ୍ଷ ଢେଉରେ ଭାସି ଆସି ବେଳାଭୂମିରେ ଲାଗିଥିଲା। ଅପରାହ୍ନ ପ୍ରାୟ ୨ଟାରେ ସୁନାପୁର ବେଳାଭୂମିରେ ଲୋକେ ଏହା ଦେଖିବାକୁ ପାଇଥିଲେ। ଏହି ବୃକ୍ଷକୁ ଦେଖି ବିଜ୍ଞାନପ୍ରେମୀ ଶିକ୍ଷକ କରୁଣାକର ବେହରା ଆଗ୍ରହର ସହିତ ମହୋତ୍ସବ କାମରେ ନିୟୋଜିତ ଥିବା କିଛି ଯୁବକଙ୍କୁ ଡାକି ବୃକ୍ଷଟି ପୁଣି ସମୁଦ୍ର ଗର୍ଭକୁ ଯିବା ପୁର୍ବରୁ ବାହାରକୁ ଟାଣି ଆଣି ତାର ବିଭିନ୍ନ ଅଂଶକୁ ତର୍ଜମା କରିଥିଲେ। ଏହାର ଗଣ୍ତି ଭିତରେ ପାଇପ ସଦୃଶ ନଳୀ ରହିଥିବା ସାଂଗକୁ ମୂଳ ବହୁମାତ୍ରାରେ ଛନ୍ଦାଛନ୍ଦି ହୋଇ ରହିଥିଲା।

 

ଶିକ୍ଷକ ଶ୍ରୀ ବେହେରା କହିବା ଅନୁଯାୟୀ, ଅଗଭୀର ସମୁଦ୍ର ମଧ୍ୟରେ ଏଭଳି ସାମୁଦ୍ରିକ ଉଦ୍ଭିଦ ଜନ୍ମିଥାଏ। ଏହା ସମୁଦ୍ର ଲହଡ଼ିରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବଂଶ ବିସ୍ତାର କରୁଥବା ବେଳେ ସେ ତ୍ୟାଗ କରିଥିବା ଅମ୍ଳଜାନକୁ ସାମୁଦ୍ରିକ ପ୍ରାଣୀମାନେ (ମାଛ,କଙ୍କଡ଼ା ଇତ୍ୟାଦି)ଗ୍ରହଣ କରିଥାନ୍ତି।

ପଢନ୍ତୁ: ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ‘Amul India’ ର ଏହି କାର୍ଟୁନ

ସମ୍ବନ୍ଧିତ ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Ratnamani Maharana

ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

Ratnamani Maharana

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Ratnamani Maharana

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ

Ratnamani Maharana

ରାଜଦ୍ରୋହ ଅଭିଯୋଗରେ ସାଉଦି ଆରବର ତିନି ଯୁବରାଜ ଅଟକ

Ratnamani Maharana