News

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ରାମ ରହୀମ ବାବାଙ୍କ ଗୁମର ପେଡି । ୭ଶହ ଏକର ଜମିରେ ଅବସ୍ଥିତ ଅଛି ଡେରା ସଚ୍ଚା ସୌଦା । ଏହାର  ତଲାସି ଅଭିଯାନ ପୋଲିସର ୫ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି ।

ଏହି ଅଭିଯାନରେ ଏକ ଗୂଢ ରହସ୍ୟ ସମସ୍ତଙ୍କୁ ଚକିତ କରିଛି । ଆଶ୍ରମ ପରିସରରେ ମୁତକଙ୍କ ଶରୀରକୁ ପୋଟା ଯାଉଥିଲା ବୋଲି ଖବର ଆସିଛି । ଯଦି କେହି ବାବା ଗୁର୍‌ମିତ୍‌ ରାମ ରହିମ୍‌ଙ୍କ ବିରୋଧରେ ଯାଉଥିଲା ତାକୁ ହତ୍ୟା କରି ସେଠାରେ ପୋତା ଯାଉଥିଲା ବୋଲି ଖବର ମିଳିଛି । ଏଥିପାଇଁ ହରିୟାଣା ପୋଲିସ ମାଟି ଖୋଲିବା ପାଇଁ ଜେସିବି ମେସିନର ସହାୟତା ମଧ୍ୟ ନେଉଛି ।

ଡେରା ସଚ୍ଚା ସୌଦା ବାବା ଗୁରମିତ ରାମ ରହିମଙ୍କ ସିରସାସ୍ଥିତ ମୁଖ୍ୟ ଆଶ୍ରମରେ ତଲାସି ବେଳେ ପୁଲିସକୁ ଶୁକ୍ରବାର ସଦିଗ୍ଧ ଔଷଧ, ୭୦୦୦ ପୁରୁଣା ନୋଟ୍‌ ଓ ନମ୍ବର ବିହୀନ ବିଳାସମୟ  କାର ମିଳିଛି ।  ଏପର୍ଯ୍ୟନ୍ତ ତଳାସିରେ କମ୍ପ୍ୟୁଟର, ଲ୍ୟାପଟପ୍‌, ହାର୍ଡ ଡିକ୍ସ ସମେତ ବନ୍ୟ ପଶୁ ମଧ୍ୟ ଉଦ୍ଧାର କରାଯାଇଛି । ଡେରାରେ ଚାଲିଥିବା ତଲାସି ଅଭିଯାନର ଭିଡ଼ିଓଗ୍ରାଫି କରାଯାଇଛି । ହାଇକୋର୍ଟର ପୂର୍ବତନ ବିଚାରପତି ଏକେ ପାଓ୍ଵାରଙ୍କ ନେତୃତ୍ୱରେ ଏହି ତଲାସି ଅଭିଯାନ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ୧୯୯୧ରେ କରିଥିବା ଦୁଇଟି ଦୁଷ୍କର୍ମ ଅଭିଯୋଗରେ ରାମ୍‌ ରହିମ୍‌ଙ୍କୁ ଚଳିତବର୍ଷ ଅଗଷ୍ଟ ୨୫ ତାରିଖରେ ଦୋଷୀ ସାବ୍ୟସ୍ତ କରାଯାଇ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଓ ୩୦ ଲକ୍ଷ ଟଙ୍କାର ଜରିମାନା ହେଇଛି।

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

Related posts

ପାକିସ୍ତାନକୁ ମୋଷ୍ଟ ଫେଭରଡ ନେସନ ମାନ୍ୟତାରୁ କାଟିଲା ଭାରତ

ENO Beuro

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ଫଳ

Ratnamani Moharana

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

1 comment

Leave a Comment