Loading...

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା।

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ନିର୍ବାଚନ ଡ୍ୟୁଟି ବେଳେ ନିୟୋଜିତ ଅଧିକାରୀଙ୍କ ମୃତ୍ୟୁଜନିତ ଅନୁକଂପା ରାଶିକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ଦୁର୍ଘଟଣା, ହିଂସାକାଣ୍ଡ ଓ ବୋମା ବିସ୍ଫୋରଣରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଡ୍ୟୁଟି ସମୟରେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା । ଶରୀରର କୌଣସି ଅଙ୍ଗ ଅକର୍ମଣ୍ୟ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ହିଂସାରେ ଆଖି ନଷ୍ଟ ହେଲେ ମିଳିବ ୭.୫ଲକ୍ଷ ଟଙ୍କା । ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । କରୋନା ସଂକ୍ରମିତ ହୋଇ ମୃତ୍ୟୁ ହେଲେ ୩୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ । ସେହିପରି ଡ୍ୟୁଟି ସମୟରେ କୋଭିଡ୍‌ ଆକ୍ରାନ୍ତ ହେଲେ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.