News

ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କଲେ ସରକାର

Untitled 1

ରାଜ୍ୟ ସରକାର ପ୍ରତି ମାସର ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ତିନି ଦିନ ତଳେ ସରକାର ଚତୁର୍ଥ ଶନିବାରକୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଥିଲେ। ଏହା ସହ ସରକାରୀ କାର୍ଯ୍ୟାଳୟର ସମୟରେ କିଛିଟା ପରିବର୍ତ୍ତନ କରି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ରଖିଥିଲେ। ତେବେ ପୂର୍ବ ପରି ଦ୍ବିତୀୟ ଶନିବାର ଛୁଟି ରହିବ କି ନାହିଁ, ସେ ନେଇ କର୍ମଚାରୀମାନେ ଦ୍ବନ୍ଦ୍ବରେ ରହିଥିଲେ।  ଏନେଇ ବିଜ୍ଞପ୍ତି ପ୍ରକାଶପରେ, ଦ୍ଵିତୀୟ ଶନିବାରକୁ ମଧ୍ୟ ଛୁଟି ଘୋଷଣା କରିଥିଲେ।

ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି ରହିବ ବୋଲି ନିକଟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଫିସ ଟାଇମ ଅଧଘଣ୍ଟା ବଢାଇ ଦେବା ପରେ ୪ର୍ଥ ଶନିବାରକୁ ଛୁଟି ହିସାବରେ ନେଇଛନ୍ତି ସରକାର ତେବେ ୪ର୍ଥ ଶନିବାର ଛୁଟି ଥିଲେ ବି ପୂର୍ବାହ୍ଣରେ ଅଫିସ  ଆସିବେ କର୍ମଚାରୀ । କାମ ବାବଦରେ ମାନସ ମନ୍ଥନ କରିବାକୁ ସମସ୍ତେ ପୂର୍ବାହ୍ଣରେ ଆସିବେ ଆଉ ୫ଟି ବାବଦରେ ବିଭାଗୀୟ ଅଧିକାରୀ ପରାମର୍ଶ ଦେବା ପରେ କର୍ମଚାରୀ ପଳାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଏଣିକି ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ ।
ପଢନ୍ତୁ: ଭାରତଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କୋଚ ମିକି ଆର୍ଥର

Related posts

ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା

ENO Beuro

ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ENO Beuro

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ENO Beuro

Leave a Comment