SPORTS

ଆଜି ଦ୍ଵିତୀୟ କ୍ଵାଲିଫାୟର : କୋଲକତା ନାଇଟ୍ ରାଇଡର୍ସଙ୍କୁ ଭେଟିବ ସଜରାଇଜର୍ସ ହାଇଦ୍ରାବାଦ !

By ENO Beuro

May 25, 2018

ଫାଇନାଲରେ ଚେନ୍ନାଇକୁ ଭେଟିବ ବିଜୟୀ ଦଳ

ଆଜି ଆଇପିଏଲର ସେକେଣ୍ଡ କ୍ୱାଲିଫାୟାର । କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଏହି ଗୁରୁତ୍ଵ ପୂର୍ଣ ମ୍ୟାଚ୍ ରେ ଆଜି କୋଲକତା ନାଇଟ୍ ରାଇଡର୍ସଙ୍କୁ ଭେଟିବ ସଜରାଇଜର୍ସ ହାଇଦ୍ରାବାଦ । ପ୍ରଥମ ଦଳ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌କିଙ୍ଗ୍ସ ଫାଇନାଲ ଟିକେଟ୍‌ ହାସଲ କରିସାରିଥିବାବେଳେ ଏବେ ୨ୟ କ୍ୱାଲିଫାୟର ମ୍ୟାାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି ।

ଆଜିର ମ୍ୟାଚର ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ଜବରଦସ୍ତ ଫର୍ମରେ ଥିବା ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଏଲିମିଟରରେ ରାଜସ୍ଥାନକୁ ହରାଇ କ୍ୱାଲିଫାୟାରରେ ପ୍ରବେଶ କରିଛି କୋଲାକାତା । ସେପଟେ ପ୍ରଥମ କ୍ୱାଲିଫାୟାରରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ହାରିଯାଇଥିଲା ସନ ରାଇଜର୍ସ ହାଇଦ୍ରାବାଦ । ବ୍ୟାଟିଂ ଓ ବୋଲିରେ ଉଭୟ କୋଲକାତା ଓ ହାଇଦ୍ରାବାଦ ବେଶ୍ ଶକ୍ତିଶାଳୀ । ଦୁଇ ଦଳର ଅଧିନାୟକ କେନ୍ ୱିଲିୟମସନ୍ ଓ ଦୀନେଶ କାର୍ତିକ ଏବେ ଚମକ୍ରାର ଫର୍ମରେ ଅଛନ୍ତି । ତେଣୁ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଭରପୁର ପ୍ରୟାସ କରିବେ ଉଭୟ ଦଳ । ଆଜିର ବିଜେତା ଫାଇନାଲରେ ଚେନ୍ନାଇକୁ ଭେଟିବ ।

ସନରାଇଜର୍ସ ପାଖରେ ଶ୍ରେଷ୍ଠ ବୋଲିଂ ବାହିନୀ ରହିଛି। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା, ରସିଦ ଖାନଙ୍କ ଭଳି ବୋଲର ଏହି ଦଳ ପାଖରେ ଅଛି । କୋଲକାତା ମଧ୍ୟ ଏହି କ୍ଷେତ୍ରରେ କିଛି କମ୍‌ ନୁହେଁ। କୁଲଦୀପ ଯାଦବ, ପୀୟୂଷ ଚାଓ୍ଵଲା, ସୁନୀଲ ନରିନଙ୍କ ଭଳି ବୋଲର ଏହି ଦଳରେ ରହିଛନ୍ତି। ଉଭୟ ଦଳର ଅଧିନାୟକ ଦୀନେଶ କାର୍ତିକ ଓ କେନ୍‌ ଓ୍ଵିଲିୟମସନ୍‌ ଏବେ ଚମତ୍କାର ଲୟରେ ଅଛନ୍ତି।

ଓ୍ଵିଲିୟମସନ୍‌ ନାରଙ୍ଗୀ ଟୋପିର ଅଧିକାରୀ ହୋଇଥିଲା ବେଳେ ରାଜସ୍ଥାନ ବିପକ୍ଷରେ ଅର୍ଧଶତକ ଅର୍ଜନ କରି କାର୍ତିକ ନିଜ ଦଳକୁ ଜିତାଇଥିଲେ। ଓ୍ଵିଲିୟମସନଙ୍କ ସହ ଶିଖର ଧାଓ୍ଵନ, ମନୀଷ ପାଣ୍ଡେ ଏବଂ ୟୁସୁଫ ପଠାନଙ୍କୁ ମଧ୍ୟ ଆସନ୍ତାକାଲି ଭଲ ଖେଳିବାକୁ ହେବ। ସେହିଭଳି କେକେଆର୍‌ ଅଲରାଉଣ୍ଡର ଆନ୍ଦ୍ର ରସେଲଙ୍କୁ କାବୁ କରିବା ଲାଗି ସ୍ୱତନ୍ତ୍ର ଯୋଜନା କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମୁକାବିଲାକୁ ସନ୍‌ରାଇଜର୍ସ ୫ ଓ୍ଵିକେଟ୍‌ରେ ଜିତି ନେଇଥିଲା ।

ପଢନ୍ତୁ ;

ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ର ମୋଶନ ପୋଷ୍ଟର !