Loading...

ସଂପର୍କରେ ମଧୁରତା ଆଣେ ଦୂରତା, ଜାଣନ୍ତୁ କିପରି

ସଂପର୍କରେ ମଧୁରତା ଆଣେ ଦୂରତା, ଜାଣନ୍ତୁ କିପରି

ବିଶେଷଜ୍ଞଙ୍କ କହିବାନୁସାରେ କାମ ଯୋଗୁ ପରସ୍ପରଠାରୁ ଦୂରରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ପ୍ରେମ ଥାଏ। ଏଣୁ ସେମାନଙ୍କ ପାରିବାରିକ ଜୀବନ ସାଧାରଣ ଦମ୍ପତିଙ୍କ ଅପେକ୍ଷା ଅଧିକ ସୁରୁଖୁରୁରେ ଚାଲିଥାଏ।

ଏକାଠି ରହିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼େ ବୋଲି ଏକ ଧାରଣା ରହିଛି। କିନ୍ତୁ ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ ପରସ୍ପରଠାରୁ କିଛି ଦିନ ଦୂରରେ ରହିଲେ ସମ୍ପର୍କରେ ମଧୁରତା ଆସିଥାଏ ଓ ପ୍ରେମ ବଢ଼େ। ଦୂରରେ ରହିବା ଦ୍ୱାରା ଦମ୍ପତି ପରସ୍ପରର ଆବଶ୍ୟକତାକୁ ବୁଝିପାରନ୍ତି। ଫଳରେ ଏକାଠି ହେବା ବେଳେ ଭଲରେ ମିଶିଥାନ୍ତି। ଆସନ୍ତୁ ଜାଣିବା ଏନେଇ କ’ଣ କୁହନ୍ତି ଏକ୍ସପର୍ଟ…

ବିଶେଷଜ୍ଞଙ୍କ କହିବାନୁସାରେ କାମ ଯୋଗୁ ପରସ୍ପରଠାରୁ ଦୂରରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ପ୍ରେମ ଥାଏ। ଏଣୁ ସେମାନଙ୍କ ପାରିବାରିକ ଜୀବନ ସାଧାରଣ ଦମ୍ପତିଙ୍କ ଅପେକ୍ଷା ଅଧିକ ସୁରୁଖୁରୁରେ ଚାଲିଥାଏ।

ଏନେଇ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଯେତେବେଳେ ପାର୍ଟନର କାମ ପାଇଁ ଘରଠାରୁ ଦୂରରେ ରହିଥାନ୍ତି ସେତେବେଳେ ଉଭୟେ ଉଭୟଙ୍କ ଅନୁପସ୍ଥିତିକୁ ଅନୁଭବ କରିପାରିଥାନ୍ତି। ସେହି ସମୟରେ ପରସ୍ପରର ଆବଶ୍ୟକତା ବୁଝିପାରିଥାନ୍ତି। ଫଳରେ ଯେତେବେଳେ ବି ସାଥୀ ପୁଣି ଫେରି ଆସନ୍ତି ସେମାନେ ଉଭୟେ ଝଗଡ଼ା ବା ଯୁକ୍ତି କରିବା ଅପେକ୍ଷା ସମସ୍ତ ନିଷ୍ପତ୍ତିରେ ଏକମତ ହୋଇଥାନ୍ତି।

ଅଧିକ ସମୟ ଏକାଠି ରହିବା ଦ୍ୱାରା ସମ୍ପର୍କରେ ତିକ୍ତତା ଦେଖାଦିଏ। କିନ୍ତୁ କିଛିଦିନ ଦୂରରେ ରହିଲେ ସମ୍ପର୍କ ତାଜା ହୋଇଯାଏ ଓ ନୂତନ ଆରମ୍ଭ ହୋଇଥାଏ। ତେବେ ପାଞ୍ଚ ଦିନରୁ ଅଧିକ ସମୟ ଦମ୍ପତି ଦୂରରେ ରହିବା ଅନୁଚିତ।

ଏ ଅବସରରେ ଜଣେ ବ୍ୟକ୍ତି କହିଛନ୍ତି ଯେ ଯେତେବେଳେ ସେ ଦୀର୍ଘ ଦିନ ପରେ ଘରକୁ ଫେରନ୍ତି ତାଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯାଏ। ଯାହା ତାଙ୍କୁ ଖୁବ୍‌ ସ୍ପେଶାଲ ଅନୁଭବ କରାଏ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.