February 17, 2019

ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ କେନ୍ଦ୍ରାପଡ଼ାରେ ଆସନ୍ତାକାଲି ୧୪୪ ଧାରା ଜାରି କରାଯାଇଛି। ସମଗ୍ର ସହରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଆଜି ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।

 

ସୂଚନାଯୋଗ୍ୟ,ବୁଧବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କେନ୍ଦ୍ରାପଡା ଟାଉନ ହାଇସ୍କୁଲଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଏଥିପାଇଁ ସଂଘ ପକ୍ଷରୁ ସ୍ବୟଂ ସେବକମାନେ ପଥ ସଂଚାଳନ କରି ଟାଉନ ହାଇସ୍କୁଲ ପଡିଆ ନିକଟରେ ପହଞ୍ଚିଥିଲେ। ଏହିସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀି କରାଯାଇଥିଲାବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ରପଡା ବନ୍ଦ ଡାକରା ଦିଆଯାଇଥିଲା।

ଅନ୍ୟପକ୍ଷରେ ସରକାରୀ ହାଇସ୍କୁଲ ପଡ଼ିରେ ହେବାକୁ ସଭାକୁ ବାତିଲ କରାଯାଇଛି। ଘଟଣାର ସମାଧାନ ପାଇଁ ଦୁଇ ପକ୍ଷରୁ ମୁରବିମାନଙ୍କୁ ଡକାଯାଇଛି। ସେମାନଙ୍କ ଉପସ୍ଥିତିରେ ସମାଧାନର ରାସ୍ତା ବାହାରିବ ବୋଲି କୁହାଯାଉଛି।

ପଢନ୍ତୁ; ଆରମ୍ଭ ହେଲା ‘ସେଲଫି ଓ୍ଵିଥ୍ ସିଏମ’

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More