Loading...

ଦଙ୍ଗା ଆଶଙ୍କାରେ କାଲିଯାଏଁ ଭଦ୍ରକରେ ୧୪୪ଧାରା ଜାରି

ଦଙ୍ଗା ଆଶଙ୍କାରେ କାଲିଯାଏଁ ଭଦ୍ରକରେ ୧୪୪ଧାରା ଜାରି

ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ଶାନ୍ତି ଭଙ୍ଗ ଓ ଦଙ୍ଗା ହେବା  ଆଶଙ୍କାରେ ୧୪୪ ଧାରା ଜାରିକରିଛନ୍ତି ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର। ଆଜି ଦିନ ୧୧ଟାରୁ ଆସନ୍ତା ୯ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଦିନା ମୈଦାନ ଓ ଏହାର ୨ଶହ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ।

ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ଶାନ୍ତି ଭଙ୍ଗ ଓ ଦଙ୍ଗା ହେବା  ଆଶଙ୍କାରେ ୧୪୪ ଧାରା ଜାରିକରିଛନ୍ତି ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର। ଆଜି ଦିନ ୧୧ଟାରୁ ଆସନ୍ତା ୯ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଦିନା ମୈଦାନ ଓ ଏହାର ୨ଶହ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଏହି ଆଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୁରୁଣା ବଜାର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେବା ସହ ଏ ନେଇ ଜିଲ୍ଲାପାଳ, ଏସପି, ସିଟି ଡିଏସପି ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ।

ସୂଚନାନୁସାରେ, ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ଓ ଦଙ୍ଗା ହେବା  ଆଶଙ୍କାରେ ଲାଗିଲା ୧୪୪ ଧାରା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.