POLITICALS

ସ୍ୱାଭାବିକ ହେଉଛି ଜମ୍ମୁ ଓ କାଶ୍ମୀରର ସ୍ଥିତି: ସ୍କୁଲ ଖୋଲିଲା, ମସ୍‌ଜିଦରେ ନମାଜ୍ ଅନୁମତି

Untitled 1

 ଜମ୍ମୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରିବା ପରେ ଶୁକ୍ରବାରଠାରୁ ଧାରା ୧୪୪  ହଟାଯାଇଛି ।  ଜମ୍ମୁ କଶ୍ମୀରରେ ବିଗତ ୫ ଦିନ ଧରି କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ସାମୟିକ ଭାବେ କର୍ଫ୍ୟୁ ପ୍ରତ୍ୟାହାର ହୋଇଛି। ରାଜ୍ୟରେ ଫୋନ୍‌, ଇଣ୍ଟରନେଟ୍‌ ସେବା ମଧ୍ୟ ଆଂଶିକ ଭାବେ କାମ କରୁଛି। ଜମ୍ମୁ ଏବଂ କଶ୍ମୀରର ବିଭିନ୍ନ ବଜାର ଅଂଚଳରେ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରୁଛନ୍ତି। ଆଜି କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲ, କଲେଜ  ଖୋଲାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଦେଖିବାକୁ ମିଳିଛି। ମସ୍‌ଜିଦ୍‌ଗୁଡ଼ିକରେ ନମାଜ  ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଇଦ୍‌କୁ ଦୃଷ୍ଟିରେ ରଖି ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଯୋଜନାବଦ୍ଧ ଭାବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ପ୍ରସ୍ତାବ ଅଗଷ୍ଟ ୫ରେ ରାଜ୍ୟସଭାରେ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଅଗଷ୍ଟ ୪ରୁ ରାଜ୍ୟରେ ଇଣ୍ଟରନେଟ -ଫୋନ ସେବା ସହ ସ୍କୁଲ କଲେଜ ବନ୍ଦ ରହିଥିଲା ଓ ୧୪୪ ଧାରା ଜାରି କରାଯାଇଥିଲା।

ପହନ୍ତୁ: ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ

Related posts

ହାତ ଧରିଲେ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଧେ

ENO Beuro

ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Ratnamani Moharana

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

Ratnamani Moharana

Leave a Comment