News

ସେନାରେ ସମଲିଙ୍ଗୀ ସମ୍ପର୍କକୁ ନା: ସେନା ଅଧ୍ୟକ୍ଷ

rawat

ସମଲିଙ୍ଗୀ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାରେ ରଖିବା ପାଇଁ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ସେନା ବାହିନୀରେ ଲାଗୁ ହୋଇପାରିବ ନାହିଁ ବୋଲି ସେନାମୁଖ୍ୟ ବିପିନ ରାୱତ ଆଜି କହିଛନ୍ତି।

rawat

ସେ ଏକଥା ମଧ୍ୟ କହିଛନ୍ତି ଯେ ଆମେ ଦେଶର ଆଇନ୍‌ କିମ୍ବା ସମ୍ବିଧାନର ଊର୍ଦ୍ଧ୍ୱରେ ନୋହୁଁ । ତେବେ ଆମେ ଏତେ ଆଧୁନିକ ହୋଇ ନାହୁଁ କି ପାଶ୍ଚାତ୍ୟର ପରମ୍ପରାକୁ ଆପଣାଇ ନାହୁଁ ଯେ ଏସବୁକୁ ଗ୍ରହଣ କରି ନେବୁ । ଆମେ ଏବେବି ଆମ ସେନା ବିଭାଗ ନିୟମ ଅନୁଯାୟୀ କାର୍ଯ୍ୟ କରିବୁ । ସେନାର ବାର୍ଷିକ କାର୍ଯ୍ୟକ୍ରମ ବେଳେ ସେନା ଅଧ୍ୟକ୍ଷ ବିପିନ ରାଓ୍ଵତ୍‌ ଏ କଥା କହିଥିଲେ । ଆଜି ଦେଶକୁ ଉଦବୋଧନ ଦେବା ଅବସରରେ ଜେନେରାଲ ରାଓ୍ଵତ୍‌ ଜମ୍ମୁ କଶ୍ମୀର, ଆତଙ୍କବାଦ ଆଦି ପ୍ରସଙ୍ଗ ସମେତ ସମଲିଙ୍ଗୀ ସମ୍ପର୍କ ଉପରେ ମଧ୍ୟ କହିଥିଲେ ।

ସୂଚନାଯୋଗ୍ୟ,ଗତ ବର୍ଷ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏକ ଐତିହାସିକ ରାୟରେ ଆଇପିସିର ଧାରା ୩୭୭ର କେତେକ ପ୍ରାବଧାନକୁ ରଦ୍ଦ କରି ସମଲିଙ୍ଗୀ ସଂପର୍କ ଅପରାଧ ଶ୍ରେଣୀରେ ରହିବ ନାହିଁ ବୋଲି କହିଥିଲେ।

ପଢନ୍ତୁ; ମୋଦିଙ୍କୁ ଦେଖାକଲେ ବଲିଉଡର ଷ୍ଟାର୍ସ,ଭାଇରାଲ୍ ହେଉଛି ଫୋଟୋ

Related posts

ସ୍ମାର୍ଟ ସିଟି ଭୁବନେଶ୍ଵରର ସମସ୍ତ ପବ୍ଲିକ ଶୌଚଳୟର ସୂଚନା ଏବେ ଗୁଗଲରେ ମିଳିବ

ENO Beuro

ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି

ENO Beuro

ଛିଡ଼ା ହୋଇ ଗୀତ ନ ଗାଇବାରୁ ପାକିସ୍ତାନୀ ଗାୟିକାଙ୍କୁ ହତ୍ୟା!

ENO Beuro

Leave a Comment